Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସଂକଟରେ ୟେମେନ୍, ସରକାର ହାତେଇଲେ ସାଉଦର୍ଣ୍ଣ କାଉନସିଲ ବିଦ୍ରୋହୀ

26/04/2020 at 5:55 PM

ଏଡେନ୨୬।୪: ମଧ୍ୟପ୍ରାଚ୍ୟ ରାଷ୍ଟ୍ର ୟେମେନ୍‌ ପୁଣି ଅସ୍ଥିର। ସାଉଦର୍ଣ୍ଣ  ଟ୍ରାଞ୍ଜିସନାଲ କାଉନସିଲ ବିଦ୍ରୋହୀମାନେ ଅନ୍ତର୍ଜାତୀୟ ସ୍ୱୀକୃତ ସରକାରଙ୍କୁ ରବିବାର ଅଗ୍ରାହ୍ୟ କରିଦେଇଛନ୍ତି।  ବିଦ୍ରୋହୀ ନିଜର ସରକାର ଘୋଷଣା କରିଥିବା ବେଳେ ରାଜଧାନୀ ଏଡେନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। କାଉନସିଲର ଏପରି ପଦକ୍ଷେପ ଦେଶରେ ପୁଣି ଗୃହ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।  ତେବେ ସାରା ବିଶ୍ୱ ଏବେ କରୋନା ଜନିତ ସଂକଟର ମୁକାବିଲା କରୁଥିବା ବେଳେ ୟେମେନରେ ଉପୁଜିଥିବା ପରିସ୍ଥିତି ନେଇ ଅନ୍ତର୍ଜାତୀୟ ସମୂଦାୟର ପ୍ରତିକ୍ରିୟା ମିଳିପାରିନାହିଁ।

ବିଛିନ୍ନତାବାଦୀ ସମୂହ ଏକ ବିବୃତ୍ତି ଜାରି କରି ଦକ୍ଷିଣାଞ୍ଚଳ ଓ ବନ୍ଦର ସହରରେ ଏବେ ସେମାନେ ଶାସନ ଘୋଷଣା କରିଛନ୍ତି। ବିଛିନ୍ନତାବାଦୀଙ୍କୁ ୟୁଏଇ ସମର୍ଥନ କରୁଥିବା ବେଳେ ଏଠାରେ ସ୍ଥାପିତ ଅନ୍ତର୍ଜାତୀକ ସରକାରଙ୍କୁ ସାଉଦୀ ଆରବ ସରକାରର ସମର୍ଥନ ରହିଛି। ତେବେ ବିଛିନ୍ନତାବାଦୀମାନେ ସ୍ୱୀକୃତ ସରକାରଙ୍କ ବିରୋଧରେ ଦୁର୍ନୀତି ଓ କୁପରିଚାଳନାର ଅଭିଯୋଗ କରି ନିଜ ସକାର ଘୋଷଣା କରିବା ଏବେ ମଧ୍ୟପ୍ରାଚ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ତେବେ ୟେମେନ ସରକାର ବିଛିନ୍ନତାବାଦୀଙ୍କ ପଦକ୍ଷେପକୁ ଅଗ୍ରାହ୍ୟ କରିଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ମହମ୍ମଦ ଅବଦୁଲ୍ଲା ଅଲ-ହଦରାମୀ ସାଉଦୀ ଆରବକୁ ନିଜର ନୀତି ସ୍ପଷ୍ଟ କରିବା ତଥା ସଦର୍ଣ୍ଣ ଟ୍ରାଞ୍ଜିସନାଲ କାଉନସିଲ ବିରୋଧରେ ତୁରନ୍ତ ପଦେକ୍ଷେର ନେବାକୁ ନିବେଦନ କରିଛନ୍ତି। ୟେମେନରେ ଗତ ୪ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଛି। ଗୋଟିଏ ଗୋଷ୍ଠୀକୁ ସାଉଦୀ ଆରବର ସମର୍ଥନ ରହିଥିବା ବେଳେ ଅନ୍ୟପଟେ ଇରାନ ସମର୍ଥୀତ ହୁତି ବିଦ୍ରୋହୀ ଅଛନ୍ତି। ତେବେ ବିଛିନ୍ନତାବାଦୀମାନେ ହୁତି ବିଦ୍ରୋହୀଙ୍କ ବିରୋଧରେ ସରକାରଙ୍କ ସହ ମିଶି ଲଢେଇ ଲଢିଥିଲେ।

   Related Posts