Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପଞ୍ଜାବ ଓ ରାଜସ୍ଥାନ ପରେ ଏବେ ଛତିଶଗଡ କଂଗ୍ରେସରେ ସଙ୍କଟ, ବିଧାୟକ କହିଲେ ହତ୍ୟା ଷଡଯନ୍ତ୍ର ରଚୁଛନ୍ତି ମନ୍ତ୍ରୀ

26/07/2021 at 12:06 PM

ନୂଆଦିଲ୍ଲୀ ୨୬।୭: ପଞ୍ଜାବ ଏବଂ ରାଜସ୍ଥାନରେ ଅନ୍ତଃକନ୍ଦଳର ସମାଧାନ କରିବାକୁ ଲାଗିଥିବା କଂଗ୍ରେସ ଦଳ ପାଇଁ ଏବେ ଛତିଶଗଡରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଛତିଶଗଡରେ କଂଗ୍ରେସର ବରିଷ୍ଠ ଆଦିବାସୀ ନେତା ତଥା ବିଧାୟକ ବୃହସ୍ପତି ସିଂହ ନିଜ ପଟୁଆରା ଉପରେ ଆକ୍ରମଣ ଯୋଜନା କରିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଟି.ଏସ୍. ସିଂହ ଦେବଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବୃହସ୍ପତି ସିଂହ ଏହା ମଧ୍ୟ କହିଛନ୍ତି ଯେ. ଟି.ଏସ୍. ସିଂହ ଦେବ ତାଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର ରଚୁଛନ୍ତି ।

ବୃହସ୍ପତ୍ତି ସିଂହ ଅଭିଯୋଗ ଆଣିଛନ୍ତି ଯେ, ଅମ୍ବିକାପୁରରେ ଏକ କାର୍ଯ୍ୟକ୍ରମକୁ ଯିବା ସମୟରେ ତାଙ୍କ ପଟୁଆରା ଉପରେ ଟି.ଏସ୍. ସିଂହ ଦେବଙ୍କ ସମ୍ପର୍କୀୟ ଆକ୍ରମଣ କରିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍. ସିଂହ ଦେବଙ୍କୁ ଦଳରୁ ବହିସ୍କାର କରିବା ନେଇ ସେ ଦଳ ସୁପ୍ରିମୋଙ୍କ ନିକଟରେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପଟୁଆରା ଉପରେ ଏଥିପାଇଁ ଆକ୍ରମଣ କରାଯାଇଥିଲା କାରଣ ଟି.ଏସ୍. ସିଂହ ଦେବ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ସେ କହିଥିଲେ, ‘ମୁଁ କିଛି ସମୟ ଆଗରୁ କହିଥିଲି ଯେ, ଦଳ ହାଇକମାଣ୍ଡ ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ନିଷ୍ପତ୍ତି ନେବେ । ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଅମ୍ବିକାପୁର ଯିବା ସମୟରେ ଟି.ଏସ୍. ସିଂହ ଦେବଙ୍କ ଜଣେ ସମ୍ପର୍କୀୟ ଆମ ଗାଡିକୁ ପିଛା କରିଥିଲେ । ଡ୍ରାଇଭରଙ୍କଠାରୁ ଛାବି ବି ଛଡେଇ ନେଇଥିଲେ । ଗାଡିକୁ ଭଙ୍ଗାରୁଜା କରିଥିଲେ । ସେ ମୋ ବିଷୟରେ ପଚରାଉଚରା କରୁଥିଲେ । ମାତ୍ର ସେତେବେଳକୁ ମୁଁ ଗାଡିରୁ ଓହ୍ଲାଇ ସାରିଥିଲି ।

ଉଲ୍ଲେଖଯୋଗ୍ୟ ଯେ, ବୃହସ୍ପତ୍ତି ସିଂହ ଏପରି ସମୟରେ ଅଭିଯୋଗ ଆଣିଛନ୍ତି ଯେଉଁ ସମୟରେ ଛତିଶଗଡରେ ଭୂପେଶ ବାଘେଲଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଢେଇ ବର୍ଷ ପୁରିସାରିଲାଣି । ଏହି ସମୟରେ ରାଜ୍ୟରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି ।

   Related Posts