Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିଦ୍ୟୁତ ସଂକଟ: ପରିସ୍ଥିତି ନିୟନ୍ତ୍ରଣ ଲାଗି ଗଠିତ ହେଲା କ୍ରାଇସିସ୍ ଗ୍ରୁପ, ସବୁଦିନ ହେଉଛି କୋଇଲା ସମୀକ୍ଷା

12/10/2021 at 7:05 PM

ନୂଆଦିଲ୍ଲୀ ୧୨।୧୦:  କୋଇଲା ଅଭାବ ଯୋଗୁ ଥର୍ମାଲ ପାୱାର ପ୍ଲାଣ୍ଟମାନଙ୍କରେ ଉପୁଜିଥିବା ସଂକଟକୁ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି। ପରିସ୍ଥିତିର ଏବେ ଲଗାତାର ସମୀକ୍ଷା ହେଉଥିବା ବେଳେ କୋଇଲା ମନ୍ତ୍ରାଳୟ, ରେଳମନ୍ତ୍ରାଳୟ ଓ ଶକ୍ତି ମନ୍ତ୍ରାଳୟ ମିଳିତ କ୍ରାଇସିସ୍‌ ଗ୍ରୁପ ଗଠନ କରିଥିବା ଜଣାପଡିଛି। ଏହି ଗ୍ରୁପରେ ମନ୍ତ୍ରାଳୟଙ୍କ ଉଚ୍ଚାଧିକାରୀଙ୍କ ସମେତ ବିଦ୍ୟୁତ କମ୍ପାନୀଙ୍କ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଏହି ଗ୍ରୁପ ଚାହିଦାକୁ ଆକଳନ କରି କୋଇଲା ବୋଝେଇ ମାଲଗାଡିଙ୍କୁ ଡାଇଭର୍ଟ ମଧ୍ୟ କରାଉଛନ୍ତି।

ବିଦ୍ୟୁତ କ୍ଷେତ୍ର ଉପରେ ଘନେଇ ଥିବା କୋଇଲା ସଂକଟ ଉପରେ ଗ୍ରୁପ ୨୪ ଘଣ୍ଟିଆ ନଜର ରଖିଛି। ଦେଶରେ ୧୩୫ଟି ତାପଜ ଶକ୍ତିପ୍ରକଳ୍ପ ରହିଛି। ଏଥିରୁ ୧୨୦ଟିକୁ ରେଳଗାଡ଼ିରେ କୋଇଲା ଯୋଗାଣ ହୋଇପାରୁଛି। କୋଇଲା ଯୋଗାଣ ଲାଗି ରେଳବାଇଙ୍କୁ ୭୫୦ଟି ରାକ୍‌ର ଆବଶ୍ୟକତା ରହିଛି। ତେବେ ୧୦୦ଟି ରାକ୍ ରିଜର୍ଭ ଥିବା ଜଣାପଡିଛି। ବିଦ୍ୟୁତ ଉତ୍ପାଦନ ଲାଗି ଏବେ ଦୈନିକ ୨୦ରୁ ୨୫ଲକ୍ଷ ଟନ କୋଇଲାର ଆବଶ୍ୟକତା ପଡୁଛି।

ତେବେ ଗତ ୩ରୁ ୪ ଦିନ ହେଲା ତାପଜ ବିଦ୍ୟୁତ ପ୍ରକଳ୍ପଗୁଡିକୁ ଦୈନିକ ୧୮ଲକ୍ଷ ଟନ ପର୍ଯ୍ୟନ୍ତ କୋଇଲା ଯୋଗାଇ ଦିଆଯାଉଛି। ଏଥିରେ କୋଲ ଇଣ୍ଡିଆ ଆଗାମୀ କିଛି ଦିନ ମଧ୍ୟରେ ଦୈନିକ ଯୋଗାଣ ୨୦ଲକ୍ଷ ଟନକୁ ବୃଦ୍ଧି କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଣୁ କୋଲ ଇଣ୍ଡିଆ ସମ୍ବଦ୍ଧିତ ସବୁ କମ୍ପାନୀମାନଙ୍କୁ ଉତ୍ପାଦନ ଓ ଯୋଗାଣର ଲକ୍ଷ ହାସଲ କରିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାଧାରଣ ଦିନମାନଙ୍କରେ ଦେଶର ତାପଜ ଶକ୍ତି ପ୍ରକଳ୍ପ ଲାଗି ୪୦ରୁ ୪୫ ମିଲିୟନ ଟନ୍‌ କୋଇଲାର ଆବଶ୍ୟକତା ପଡିଥାଏ।

ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଓ ଶକ୍ତି ମନ୍ତ୍ରୀ ଆର.କେ.ସିଂହଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ କୋଲ ଇଣ୍ଡିଆ ସମେତ ଏନଟିପିସିଙ୍କ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ଏଥିରେ ଦେଶରେ ଉପୁଜିବାକୁ ଯାଉଥିବା ଶକ୍ତି ସଂକଟ କେଉଁ ପରିସ୍ଥିତିରେ ପହଞ୍ଚିସାରିଥିଲା ତାହା କେବଳ ଆକଳନ କରାଯାଇପାରେ।

   Related Posts