ଗେଲ୍‌ଙ୍କ ବିଶ୍ୱରେକର୍ଡ : ଟି୨୦ କ୍ରିକେଟରେ ପୂରଣ କଲେ ୧୪୦୦୦ ରନ୍

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ, ୧୩/୦୭:  ୟୁନିଭର୍ସ ବସ୍ ନାମରେ ପରିଚିତ କାରବିଆନ ଖେଳାଳି କ୍ରିସ୍ ଗେଲ୍ ଇତିହାସ ରଚିଛନ୍ତି । ସେ ଟି୨୦ କ୍ରିକେଟରେ ୧୪ ହଜାର ରନ୍ ପୂରଣ କରିଛନ୍ତି । ଏହାସହ ୧୪ ହଜାର ରନ୍ କରିଥିବା ପ୍ରଥମ ବ୍ୟାଟସମ୍ୟାନ୍ ହୋଇପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ  ସେଣ୍ଟ ଲୁସିଆରେ ଖେଳା ଯାଇଥିବା ତୃତୀୟ ଟି୨୦ରେ ୨୯ ରନ୍ କରି ଗେଲ୍ ଏହି ରେକର୍ଡ ହାସଲ କରିଥିଲେ । ଏହି ମ୍ୟାଚରେ ସେ ୩୮ ବଲରୁ ବିସ୍ଫୋରକ ୬୭ ରନ୍ କରିଥିଲେ ।

୨୦୧୬ ପରେ ଗେଲଙ୍କ ଏହା ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଅର୍ଦ୍ଧଶତକ । ଗେଲଙ୍କ ଏହି ପାଳି ପାଇଁ ଓ୍ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୬ ଓ୍ୱିକେଟରେ ହରାଇ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ କବଜା କରିନେଇଛି । ୪୧ ବର୍ଷୀୟ ଗେଲ୍ ୪୩୧ଟି ଟି୨୦ ଖେଳି ୩୭.୬୩ ଆଭରେଜରେ ୧୪୦୩୮ ରନ୍ କରିଛନ୍ତି । ଏଥିରେ ୨୨ଟି ଶତକ ଓ ୮୭ଟି ଅର୍ଦ୍ଧଶତକ ରହିଛି ।

wp:html /wp:html

ସେହିପରି ଅନ୍ୟ କାରବିଆନ ଖେଳାଳି କିରନ୍ ପୋଲାର୍ଡ ୫୪୫ ମ୍ୟାଚରୁ ୧୦୮୩୬ ରନ୍ କରିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପୂର୍ବତନ ପାକିସ୍ତାନୀ ଅଧିନାୟକ ସୋଏବ ମଲ୍ଲିକ ତୃତୀୟ ସ୍ଥାନରେ ରହିଛି । ସେ ୪୨୫ଟି ମ୍ୟାଚରୁ ୧୦୭୪୧ ରନ୍ କରିଛନ୍ତି ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ୩୧୦ ଟି୨୦ ମ୍ୟାଚରୁ ୯୯୨୨ ରନ୍ କରିଛନ୍ତି । ଏଥିରେ ୫ ଶତକ ଓ ୭୨ ଅର୍ଦ୍ଧଶତକ ରହିଛି । ବିରାଟଙ୍କ ଆଭରେଜ ରହିଛି ୪୧.୮୬ । ଏହାସହ ସେ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.