ଗେଲ୍ ଝଡ : ବାଉଣ୍ଡାରୀ ପରେ ବାଉଣ୍ଡାରୀ, ଛକା-ଚଉକା ମାଡରେ କଙ୍ଗାରୁ ବୋଲରଙ୍କ ହୋସ୍ ଉଡିଲା

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ,୧୩/୦୭:  କାରବିଆନ ଖେଳାଳି ତଥା କ୍ରିକେଟ ଜଗତର ୟୁନିଭର୍ସ ବସ୍ ନାମରେ ପରିଚିତ କ୍ରିସ୍ ଗେଲ୍ ରଚିଲେ ଇତିହାସ। ଇତିହାସ ରଚିବା ସହ ପଡିଆରେ ହେଲା ଗେଲ୍ ଝଡ । ଅଷ୍ଟ୍ରେଲିଆ ବୋଲରଙ୍କୁ କଲେ ନିର୍ଘାତ ପ୍ରହାର । ଷ୍ଟାଡିୟମରେ ହେଲା ଚଉକା ଓ ଛକ୍କାରେ ବର୍ଷା । ୪୧ ବର୍ଷ ବୟସରେ ପାଦ ଦେଇଥିବା ଗେଲ୍ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ରେ ଦମଦାର୍ ବ୍ୟାଟିଂ କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ର ଧୂଆଁଦାର ଇନିଂସ୍‌ ଖେଳି କମାଲ କରିଛନ୍ତି ଗେଲ୍‌। ଏହି ମୁକାବିଲାରେ ଗେଲ୍ ୪ ଚଉକା ସହ ୭ ଆକାଶଛୁଆଁ ଛକା ଲଗାଇଥିଲେ । ଅଷ୍ଟ୍ରେଲିଆର ସମସ୍ତ ବୋଲର ଗେଲଙ୍କ ଆଗରେ ମଳୀନ ପଡିଯାଇଥିଲେ । କୌଣସି ବୋଲର ଗେଲଙ୍କ ଝଡରୁ ବର୍ତ୍ତିପାରି ନଥିଲେ । ସମସ୍ତ ବୋଲରଙ୍କୁ ୟୁନିଭର୍ସ ବସ୍ ପ୍ରହାର କରିଥିଲେ ।

ଏତତ୍ ବ୍ୟତୀତ, ବିଶ୍ବ କ୍ରିକେଟର ପ୍ରଥମ ଖେଳାଳି ଭାବେ ଗେଲ୍‌ ଟ-୨୦ କ୍ରିକେଟରେ ପୂରଣ କଲେ ୧୪ ହଜାର ରନ୍। ଯାହାରି ଫଳରେ ତୃତୀୟ ଟି-୨୦ରେ ବିଜୟୀ ହୋଇଛି ଓ୍ବେଷ୍ଟଇଣ୍ଡିଜ। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୩-୦ରେ ଆଗୁଆ ରହିଛି କାରବିଆନ୍‌ ଟିମ୍‌।

ସୂଚନାଯୋଗ୍ୟ, ୨୦୧୬ ପରେ ଗେଲଙ୍କ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଅର୍ଦ୍ଧଶତକ । ଗେଲଙ୍କ ଏହି ପାଳି ପାଇଁ ଓ୍ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୬ ଓ୍ୱିକେଟରେ ହରାଇ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ କବଜା କରିନେଇଛି । ୪୧ ବର୍ଷୀୟ ଗେଲ୍ ୪୩୧ଟି ଟି୨୦ ଖେଳି ୩୭.୬୩ ଆଭରେଜରେ ୧୪୦୩୮ ରନ୍ କରିଛନ୍ତି । ଏଥିରେ ୨୨ଟି ଶତକ ଓ ୮୭ଟି ଅର୍ଦ୍ଧଶତକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.