Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋର ଜେଲରେ ଅବ୍ୟବସ୍ଥାର ସାଂଘାତିକ ତଥ୍ୟ : ମେଳି ବାନ୍ଧି ଗୁପ୍ତ ବୈଠକ କରୁଛନ୍ତି ଅପରାଧୀ

21/07/2019 at 10:04 AM

ବାଲେଶ୍ବର ୨୧/୭: ସୋର ଜେଲରେ ଚାଲିଛି ଅପରାଧୀଙ୍କ ରାଜ । ଜେଲ ପରିସରରେ ଅଭିଯୁକ୍ତ ମେଳି କରି ଗୁପ୍ତ ବୈଠକ କରୁଛନ୍ତି । ଦୀର୍ଘ ସମୟ ଧରି ଖୁବ ଆରାମରେ ମୋବାଇଲରେ କଥା ହେଉଛନ୍ତି ଅପରାଧୀ । ଜେଲ ପରିସରରେ ଥିବା ସିସିଟିଭି କ୍ୟାମେରାରେ ଏହି ଭିଜୁଆଲ କଏଦ ହୋଇଛି । ଯାହାର ଫୁଟେଜ ନ୍ୟୁଜ ୭ ହାତରେ ଲାଗିଛି । ଭିଜୁଆଲରେ ଜେଲରେ ଥିବା ଅଭିଯୁକ୍ତ ବେଣୁମାଧବ ପଣ୍ଡା ଗୁପ୍ତ ବୈଠକ କରୁଛି ।

  ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଘର ଲୋକ ସହ କଥା ବି ହେଉଛି । ଜେଲରୁ କିଛି ଅପରାଧ ନିୟନ୍ତ୍ରଣ ଯେ ହେଉନଥିବା ତାହା କହିବେବନି । କେବଳ ସେତିକି ନୁହେଁ ଜେଲ ଗେଟରେ ଆଉଟ-ଇନ ସମୟ ଲିଖିତ ଭାବେ ରହୁନାହିଁ । ଯେମିତି ସାରା ସୋର ଜେଲ ଅବ୍ୟବସ୍ଥା ଭିତରକୁ ଠେଲି ହୋଇଯାଇଛି । ଆଉ ଜେଲ କର୍ତ୍ତୃପକ୍ଷ ଚୁପ ହୋଇ ବସିଛନ୍ତି । ଏହାପଛରେ ଜେଲ୍ ର କିଛି ଅଧିକାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ ରହିଛି । ସିସିଟିଭି ଫୁଟେଜ ତଦନ୍ତ କଲେ ଅନେକ ତଥ୍ୟ ପଦାକୁ ଆସିବ।

   Related Posts