Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବଧାନ! ରାଜଧାନୀରେ ବୋମା ଓ ବନ୍ଧୁକ ଭଳି ଆଗ୍ନେୟାସ୍ତ୍ର ଧରି ବୁଲୁଛନ୍ତି ଅପରାଧୀ, କେଉଁଠି ବି ଘଟିପାରେ ଅଘଟଣ

21/07/2019 at 7:15 PM

ଭୁବନେଶ୍ବର ୨୧|୭: ରାଜଧାନୀରରୁ ଜବତ ବୋମା ଓ ବନ୍ଧୁକ । ସେ ବି ଆଉ କେଉଁଠି ନୁହେଁ । ବିଧାନସଭା ଚାଲିଥିବା ସମୟରେ ତାଠୁ ମାତ୍ର କେଇ ହାତ ଦୂରରୁ । ପୋଲିସ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ସାବଧାନ । ରାଜଧାନୀ ପାଲଟିଛି ଅପରାଧୀଙ୍କ ଚରା ଭୁଇଁ । କି ଦିନ କି ରାତି । କମିଶନରେଟ ପୋଲିସ ଆଖିରେ ଧୂଳି ଦେଇ ଗଳି କନ୍ଦିରେ ବୁଲୁଛନ୍ତି ଅପରାଧୀ । କିଏ ମାଉଜର ଧରି ବୁଲୁଛି ତ । ଆଉ କିଏ ପୁଣି ଭୁଜାଲି । ଏମିତିକି ଅଟୋରେ ବୋମା ଧରି ବି ବୁଲୁଛନ୍ତି ଅପରାଧୀ । ସେ ବି ଆଉ କେଉଁଠି ନୁହେଁ । ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି ବିଧାନସଭା ଠାରୁ ମାତ୍ର କେଇ ହାତ ଦୂରରେ । ଶନିବାର ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଏମିତି ଏକ ଘଟଣା ଘଟିଛି । ଏକ ଅଟୋ ଭିତରୁ ଚାରୋଟି ବୋମା ଓ ଗୋଟିଏ ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ଜଗା ରେଡି ନାମକ ଜଣେ ବ୍ୟକ୍ତିକୁ ଗିରଫ କରି ପଚରା ଉଚରା କରୁଛି ପୋଲିସ । ଏକ  ମୋବାଇଲ କଲ ପାଇ ଜଗା ରେଡିକୁ କାବୁ କରିଥିଲା ପୋଲିସ ।

କିଏ ଏହି ଜଗା ରେଡି ? କଣ ପାଇଁ ବୋମା ବନ୍ଧୁକ ଧରି ସିଏ ରାଜଧାନୀରେ ବୁଲୁଥିଲା । ସବୁ ଦିଗର ତଦନ୍ତ କରୁଛି କମିଶନରେଟ ପୋଲିସ । ସେପଟେ ବିଧାନସଭା ଚାଲିଥିବା ସମୟରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି ଲୋୟର ପିଏଜିରେ । ଏପରି ସମୟରେ ସେଠାରୁ ବୋମା ଓ ବନ୍ଧୁକ ଜବତ ହେବା କମିଶନରେଟ ପୋଲିସର ଚିନ୍ତା ବଢାଇ ଦେଇଛି ।

କମିଶନରେଟ ପୋଲିସ ଆକସନ ନେଉଛି । ମାତ୍ର ରାଜଧାନୀରୁ ଅପରାଧ କମୁନି । ଯାହାକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ରାଜଧାନୀବାସୀ ।

   Related Posts