Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ହାଇଟେକ ହେଲେ ବିହାରର ଅପରାଧୀ : ଏଣିକି ହ୍ୱାଟ୍ସ ଆପରେ କରୁଛନ୍ତି ଅପରାଧ ପ୍ଲାନିଂ, ଗ୍ରୁପ ନାଁ ହେଲା “ଅପରେସନ ଭାଇ ଗ୍ରୁପ”

1/02/2019 at 2:24 PM

ବୈଶାଳୀ ୧/୨ : କଥାରେ ଅଛି ଯାହା ବି କାମ କରୁଛ ନିଜ କାମକୁ ନେଇ ସବୁବେଳେ ଅପଡେଟ ରୁହ | ନହେଲେ ପଛୁଆ ରହିଯିବ | ତେବେ ଏହି ନିୟମର ପାଳନ ଅପରାଧୀ ଭଲା କାହିଁକି ନକରିବେ | ଏମିତି ଏକ ଘଟଣା ବିହାରରେ ଘଟିଛି | ବିହାରର କିଛି ଅପରାଧୀ ଟେକ୍ନୋଲୋଜିର ଉପଯୋଗ କରି ଅପରାଧ ପାଇଁ ହାଇଟେକ ତରିକା ଆପଣେଇଛନ୍ତି | ଏହି ହାଇଟେକ ଅପରାଧୀ ଏକ ଟିମ ଗଠନ କରିଛନ୍ତି | ଏହି ଟିମରେ ଅଛନ୍ତି ୨୨ଜଣ ଅପରାଧୀ | ଏହି ଟିମର ଏକ ହ୍ୱାଟ୍ସ ଆପ ଗ୍ରୁପ ରହିଛି | ହ୍ୱାଟ୍ସ ଆପ ଗ୍ରୁପର ନାଁ ରହିଛି “ଅପରେସନ ଭାଇ ଗ୍ରୁପ” | ଏହି ଗ୍ରୁପର ଆଡମିନ ହେଲା ରାଜା | ଏହି ଗ୍ରୁପରେ ଅପରାଧର ନୂଆ ନୂଆ ତରିକା ସମ୍ପର୍କରେ ଆଲୋଚନା କରିଥାନ୍ତି ଅପରାଧୀ |


କଣ ରହିଛି ଏହି ଭାଇ ଗ୍ରୁପର ପ୍ଲାନ ଜାଣନ୍ତୁ :
୧- ଆଗାମୀ ପ୍ଲାନ କ’ଣ ?
୨- ବ୍ୟାଙ୍କ ଲୁଟିବାର ଅଛି |
୧- କୋଉ ବ୍ୟାଙ୍କ ?
୨- ଏସବିଆଇ
୧ – ସେଥିପାଇଁ ତ ହତିୟାର ଦରକାର
୨ – (ବନ୍ଧୁକ, ପିସ୍ତଲର ଫଟୋ ପଠାଇ) ଏଗୁଡା ଚାଲିବ ?
୧ – ଠିକ ଅଛି ଭାଇ | ହେଲେ କେତେ ହଥିୟାର ଦରକାର ?
୨ – ଚିନ୍ତା କରନାହିଁ ଭାଇ, ସବୁ ହେଇଯିବ
୧ – କେବେ ପ୍ଲାନ ହୋଇଛି ?
୨ – ବହୁତ ଜଲଦି, ରେଡି ରହିବ


ବ୍ୟାଙ୍କ ଲୁଟିବା ପ୍ରସ୍ତୁତି ଏହି ଭାଇ ଗ୍ରୁପରେ ଆରମ୍ଭ ହୋଇସାରିଛି | କେବେ, କେଉଁଠି ଏବଂ କେମିତି ବ୍ୟାଙ୍କ ଲୁଟ ହେବ ଏବଂ ଏଥିରେ କିଏ କିଏ ସାମିଲ ହେବେ ସେସବୁ ମଧ୍ୟ ଆଲୋଚନା ହୋଇସାରିଛି | ହତିୟାର ଫଟୋ ମଧ୍ୟ ଗ୍ରୁପରେ ସେୟାର ହୋଇସାରିଛି | ବାକି ରହିଲା ଖାଲି ଲୁଟ |


କିଛି ଅପରାଧୀ ନିଜ ରଙ୍ଗ ଦେଖେଇବା ପାଇଁ ଏଭଳି ଏକ ଗ୍ରୁପ ତିଆରି କରିଛନ୍ତି | ଏହି ଗ୍ରୁପ ସେମାନଙ୍କ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ | ତେବେ ଗ୍ରୁପରେ କ’ଣ ସବୁ ଆଲୋଚନା ହୁଏ ଜାଣନ୍ତୁ | କିଏ କେତେ ହତ୍ୟା କଲା, କିଏ କାହାକୁ ହତ୍ୟା କଲା, ଘର କିଏ ଲୁଟିଲେ, କେଉଁ ଅପରାଧୀ ପାଖେ କେଉଁ ହତିଆର ଅଛି, ଲୁଟର ଖବର ପଢିଲ କି / ଦେଖିଲ କି ? ଏମିତି ଅନେକ ଆଲୋଚନା ହୁଏ ଏହି ଗ୍ରୁପରେ | ଏମାନେ ନିଜ ଅପରାଧିକ ଗତିବିଧିକୁ ନିଜେ ସ୍ୱୀକାର କରନ୍ତି ସେତିକି ନୁହେଁ | ବରଂ ଯେଉଁ ଅପରାଧିକ ଘଟଣା ଖବର କାଗଜରେ ବାହାରେ କିମ୍ବା ନିୟୁଜରେ ପ୍ରସାରିତ ହୁଏ ତାର ଭିଡିଓ ଗ୍ରୁପରେ ସେୟାର କରି ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି | କେବଳ ସେତିକି ନୁହେଁ ଏହି ଗ୍ରୁପରେ ହତିଆରର ନିଲାମୀ ମଧ୍ୟ ହୋଇଥାଏ |


ଗତ କିଛି ଦିନ ହେଲା ବିହାରର ବୈଶାଳୀ ଜିଲ୍ଲାରେ ହୋଇଥିବା ଅପରାଧ ସିଧାସଳଖ ଏହି ଭାଇ ନାମକ ହ୍ୱାଟ୍ସ ଗ୍ରୁପ ସହ ଜଡିତ | ଏହିସବୁ ଅପରାଧର ଲିଙ୍କ ଗ୍ରୁପର ୨୨ଜଣ ଗାଙ୍ଗଷ୍ଟର ମେମ୍ବରଙ୍କ ସହ ରହିଛି | ଜାନୁଆରୀ ୧ତାରିଖରେ ଯଂଦାହ ଗାଁରେ ଜଣେ ଗହଣା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଲୁଟୁନେଇଥିଲେ ଏହି ଗ୍ୟାଙ୍ଗ | ଏହି ଗ୍ୟାଙ୍ଗ ନିକଟରେ ୩ ପୋଲିସକର୍ମୀଙ୍କୁ ହତ୍ୟା ଏବଂ ତାଙ୍କ ବନ୍ଧୁକ ଲୁଟି ନେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା | ଗ୍ରୁପ ଆଡମିନ ରାଜା ଏକ ୱାଣ୍ଟେଡ କ୍ରିମିନାଲ | ରାଜା ବ୍ୟାଙ୍କ ଲୁଟି ଜେଲ ମଧ୍ୟ ଯାଇଥିଲା | ଟେକ୍ନୋଲୋଜି ଉପରେ ଆଧାରିତ ସୋସିଆଲ ମିଡ଼ିଆର ଅପବ୍ୟବହାର କରି ଏହି ଅପରାଧିକ ଗ୍ୟାଙ୍ଗ ବିହାରର ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା | ବିହାର ପୋଲିସ ଗ୍ରୁପ ଆଡମିନ ସମେତ ଆଉ ୫ ଅପରାଧୀଙ୍କୁ ଗିରଫ କରିବା ଦ୍ୱାରା ହ୍ୱାଟ୍ସ ଆପର ଏହି ଭାଇ ଗ୍ରୁପ ଶୂନଶାନ ହୋଇଯାଇଛି | ଭାଇ ଗ୍ରୁପର ବାକି ୧୭ ଜଣ ଅପରାଧୀଙ୍କୁ ମଧ୍ୟ ପୋଲିସ ବହୁତ ଜଲଦି ଗିରଫ କରିବ ବୋଲି କହିଛି |

   Related Posts