ବାଇକ ସହ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ : ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
14/06/2020 at 12:10 PM

ଗୁମଲା ୧୪/୦୬ : ଝାରଖଣ୍ଡ ଗୁମଲା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି | ଗତ ରାତିରେ କିଛି ଦୁର୍ବୁତ୍ତ ଜଣେ ବାଇକ ଆରୋହୀଙ୍କୁ ଜିଅନ୍ତା ଜାଳିଦେଲେ | ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି | ଘଟଣାରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ସକାଳୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ଏହାସହ ମାମଲାର ଯାଞ୍ଚ ଆରମ୍ଭ କରିଛି |
ସୂଚନା ଅନୁଯାୟୀ, ଘଟଣା ଘାଗରା ବ୍ଲକ ମୁଖ୍ୟାଳୟ ଚାନ୍ଦିନୀ ଚୌକ ଅଞ୍ଚଳର | ଗତ ରାତି ପ୍ରାୟ ୧୨ଟା ସମୟରେ କିଛି ଅଜଣା ଦୁର୍ବୁତ୍ତ ଜଣେ ଯୁବକଙ୍କୁ ପଥରରେ ମାରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ | ଯୁବକ ଗମ୍ଭୀର ଆଘାତ ହେବାପରେ ଅପରାଧୀମାନେ ଯୁବକଙ୍କୁ ବାଇକ ସହ ଜିଅନ୍ତା ଜାଳି ଦେଇଥିଲେ | ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ ରାତି ପ୍ରାୟ ୧୨ଟା ସମୟରେ ପାଟିତୁଣ୍ଡ ସୁଭିଥିଲା | କିନ୍ତୁ ଗ୍ରାମବାସୀ ବାହାରକୁ ଆସିନଥିଲେ | ଗ୍ରାମବାସୀ କହିଛନ୍ତି ଯେ ଗତ କିଛି ଦିନ ହେଲା ସେହି ଅଞ୍ଚଳରେ କିଛି ଅପରାଧୀ ଅପରାଧ କରୁଛନ୍ତି | ସକାଳୁ ବାହାରକୁ ଆସି ଦେଖିଲେ ଜଣେ ଯୁବକଙ୍କ ମୃତଦେହ ପଡିଛି | ପାଖରେ ଏକ ପୋଡି ଯାଇଥିବା ବାଇକ ମଧ୍ୟ ପଡିଥିଲା | ଲଗାତାର ଏହିଭଳି ଅପରାଧ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି |

ସୂଚନା ଅନୁଯାୟୀ, ବାଇକ ଚାନ୍ଦିନୀ ଚୌକ ସ୍ଥିତ ବିନୟ ସାହୁଙ୍କ ଦୋକାନରୁ ଗତକାଲି ରାତି ୯ଟା ରେ ଚୋରି ହୋଇଥିଲା | ବାଇକଟି ବିନୟ ସାହୁଙ୍କ ର ବୋଲି ଜଣାପଡିଛି | ବାଇକ ଚୋରି ନେଇ ବିନୟ ସାହୁ ରାତିରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ | ଏହାପରେ ରାତି ୧୨ଟା ହତ୍ୟାକାଣ୍ଡ ଘଟିଥିଲା | ଏହିଭଳି ଅପରାଧିକ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡା ହୋଇଛି | ନିଜ ସୁରକ୍ଷା ନେଇ ଜନତା ମଧ୍ୟ ଭୟରେ ଅଛନ୍ତି | ତେବେ ଯାଞ୍ଚ ପରେ ପୁରା ମାମଲା ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି |