Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||

ଇନ୍ଦୋରରେ ପୁଣି ହମଲା: ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ପଥରମାଡ, ବଞ୍ଚାଇବାକୁ ଆସିଥିବା ପଡୋଶୀଙ୍କୁ ଚାକୁରେ ଆକ୍ରମଣ

18/04/2020 at 3:21 PM

ଇନ୍ଦୋର ୧୮।୦୪: ମଧ୍ୟ ପ୍ରଦେଶର ଇନ୍ଦୋରରେ କରୋନାର ପ୍ରକୋପ ଜାରି ରହିଛି। କରୋନାର ପ୍ରତିରୋଧ ପାଇବା ପାଇଁ ଡାକ୍ତରୀଦଳ ଦିନ ରାତି ପରିଶ୍ରମ କରୁଛନ୍ତି। ସ୍ଵାସ୍ଥ୍ୟ କର୍ମୀ ଲୋକଙ୍କ ଘର ଘର ଯାଇ ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରୁଛନ୍ତି। ମାତ୍ର ଏହା ମଧ୍ୟରେ ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ କ୍ରମାଗତ ହମଲା ହେଉଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏବେ ମଧ୍ୟ ପ୍ରଦେଶରେ ପୁଣି ଥରେ ସ୍ଵାସ୍ଥ୍ୟ କର୍ମୀଙ୍କ ଦଳ ଉପରେ ହମଲା କରାଯାଇଛି। ମେଡିକାଲ ଟିମ୍ ଉପରେ ପଥର ମାଡ ହେବା ସହିତ ସେମାନଙ୍କର ମୋବାଇଲ ଛଡାଇ ନିଆଯାଇଛି। ଏହି ଘଟଣା ଇନ୍ଦୋରର ପଲସିଆ ଥାନା ଅନ୍ତର୍ଗତ ଭିନୋବା ନଗରରେ ଘଟିଛି। ଏଠାରେ ଡାକ୍ତରୀ ଦଳ ସହିତ ଦୁର୍ବ୍ୟବହାର କରାଯିବା ସହ ମାଡ ମରାଯାଇଛି। ଏହା ପରେ ସ୍ଵାସ୍ଥ୍ୟକର୍ମୀ ପଲସିଆ ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁଯାୟୀ ସର୍ଭେ ଟିମଙ୍କୁ ବଞ୍ଚାଇବା ପାଇଁ ଆସିଥିବା ପଡୋଶୀଙ୍କୁ ମଧ୍ୟ ଅପରାଧୀ ପାରସ୍ ଚାକୁରେ ଆକ୍ରମଣ କରିଛନ୍ତି। ସର୍ଭେ ଟିମରେ ଡାକ୍ତର, ଶିକ୍ଷକ, ପାରା ମେଡିକାଲ ଷ୍ଟାଫ ଓ ଆଶାକର୍ମୀ ସାମିଲ ଥିଲେ। ଆକ୍ରମଣ ପରେ ସମସ୍ତ ସ୍ଵାସ୍ଥ୍ୟ କର୍ମୀ ପଲସିଆରେ ପହଞ୍ଚିଥିଲେ। କୁହାଯାଉଛି ଯେ, ଆରୋପିମାନେ ଅପରାଧ ଶ୍ରେଣୀର। ସର୍ଭେର ଇନଚାର୍ଜ ତଥା ଆୟୁର୍ବେଦିକ ଡାକ୍ତର ପ୍ରବୀଣ ଚୌରେ ଏହାର ସୂଚନା ଦେଇଛନ୍ତି।

ଡାକ୍ତର କହିଛନ୍ତି ଯେ, ପଲସିଆ ଥାନା ଅନ୍ତର୍ଗତ ଭିନୋବା ନଗରରେ ଆମର ଦଳ ସର୍ଭେ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଅପରାଧୀ ପାରସ ଆମ ଦଳ ଉପରେ ହମଲା କରିଥିଲା। ସେହି ଅଞ୍ଚଳରେ କିଛି ଲୋକ ଆମକୁ ରକ୍ଷା କରିବାକୁ ଆସିବାରୁ ତାଙ୍କ ଉପରେ ମଧ୍ୟ ସେ ହମଲା କରିଥିଲା। ଆମ  ଟିମ ଉପରେ ପଥର ମାଡ କଲା। ଏହା ସହିତ ଜଣେ ସଦସ୍ୟଙ୍କ ମୋବାଇଲ ଭାଙ୍ଗି ଦେଲା।

ପଲସିଆ ଟିଆଇ ବିନୋଦ ଦୀକ୍ଷିତ କହିଛନ୍ତି ଯେ, ଏହା ଭିନୋବା ନଗରର ଘଟଣା। ଏଠାରେ ପାରସ ଯାଦବ ନାମକ ଏକ ଅପରାଧୀ ରହୁଛି। ସେ ପୂର୍ବରୁ ମଦ ବିକ୍ରି କରୁଥିଲା। ପଡୋଶୀଙ୍କ ସହ ନିତି ଝଗଡା କରୁଥିଲା। ଏହା ମଧ୍ୟରେ ସର୍ଭେ କରିବାକୁ ଯାଇଥିବା ଟିମ୍ ମୋବାଇଲରେ ନିଜର କାମ କରୁଥିଲେ। ତାକୁ ଲାଗିଥିଲା ଯେ, ସ୍ଵାସ୍ଥ୍ୟକର୍ମୀ ଭିଡିଓ କରୁଛନ୍ତି। ଏହା ପରେ ସେ ସ୍ଵାସ୍ଥ୍ୟକର୍ମୀଙ୍କୁ ଚାପୁଡା ମାରିବା ସହ ମୋବାଇଲ ଛଡାଇ ନେଇ ଭାଙ୍ଗି ଦେଇଥିଲା।

ଏହି ଘଟଣାର ସୂଚନା ମିଳିବା ମାତ୍ରେ ଇନ୍ଦୋର କଲେକ୍ଟର ମନୀଷ ସିଂହ ପଲସିଆ ଥାନା ପହଞ୍ଚିଛନ୍ତି। ସେଠାରେ ସେ ସ୍ଵାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କ ସହ କଥା ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଏପ୍ରିଲ ୧ରେ  ଇନ୍ଦୋରର ଟାଟପଟ୍ଟୀ ବାଖଲ ଇଲାକାରେ କରୋନା ସ୍କ୍ରିନିଂ କରିବାକୁ ଯାଇଥିବା ସ୍ଵାସ୍ଥ୍ୟକର୍ମୀଙ୍କ ଟିମ୍ ଉପରେ ହମଲା କରାଯାଇଥିଲା। ଏହା ପରେ ସମଗ୍ର ଦେଶରେ ଏହାର ତୀବ୍ର ବିରୋଧ ହୋଇଥିଲା।

   Related Posts