ଦୂରବୀକ୍ଷଣରେ ନଜର ଆସିବନି ଅପରାଧୀ, ଚଷମା ଲଗାଇ ଦେଖନ୍ତୁ: ଶାହାଙ୍କୁ ପ୍ରିୟଙ୍କାଙ୍କ ଜବାବ

Published By : Prameya-News7 Bureau | October 31, 2021 IST

ଗୋରଖପୁର ୩୧।୧୦: ଉତ୍ତର ପ୍ରଦେଶ ବିଧାନସଭାର ନିର୍ବାଚନ ରଣାଙ୍ଗନରେ ନେତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ସଦ୍ୟତମ ହମଲା କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ପକ୍ଷରୁ  କରାଯାଇଛି। ରବିବାର ଗୋରଖପୁରରେ ପ୍ରତିଜ୍ଞା ରାଲିରେ ସମ୍ବୋଧିତ କରି ପ୍ରିୟଙ୍କା ଅମିତ୍ ଶାହାଙ୍କ ଉପରେ ବର୍ଷିଛନ୍ତି। ପ୍ରିୟଙ୍କା କହିଛନ୍ତି, ୟୁପିରେ ଅପରାଧୀଙ୍କୁ ଖୋଜିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ନାହିଁ, ଚଷମାରେ ହିଁ ମଞ୍ଚରେ ଛିଡା ହୋଇଥିବା ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନୀ ନଜରରେ ଆସି ପାରିଥାନ୍ତେ।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ରେ ବିଜେପିର ମେଗା ସଦସ୍ୟତା ଅଭିଯାନର ଉଦଘାଟନ କରି ଲକ୍ଷ୍ନୌ ଆସିଥିବା ଅମିତ୍ ଶାହା ଯୋଗୀ ସରକାରଙ୍କ ପ୍ରଶଂସା କରି କହିଥିଲେ, ଏବେ ଉତ୍ତର ପ୍ରଦେଶରେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ମଧ୍ୟ ଅପରାଧୀ-ମାଫିଆ ନଜର ଆସୁ ନାହାନ୍ତି। ଏହି ସମୟରେ ମଞ୍ଚରେ ତାଙ୍କ ସହ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ର ଉପସ୍ଥିତ ଥିଲେ। ଏହା ଉପରେ ପ୍ରିୟଙ୍କା କଟାକ୍ଷ କରି କହିଛନ୍ତି, ଦୂରବୀକ୍ଷଣ କଣ ଦରକାର ଚଷମା ଲଗାନ୍ତୁ ସାମ୍ନାରେ ଅପରାଧୀ ନଜର ଆସିବେ। ଲକ୍ଷ୍ମୀପୁର  ଖେରୀ ହିଂସା ମାମଲାରେ କୃଷକଙ୍କୁ କାର ଚଢାଇ ହତ୍ୟା ମାମଲା ଉଲ୍ଲେଖ କରି ପ୍ରିୟଙ୍କା ଅମିତ୍ ଶାହାଙ୍କ ସହ  ମଞ୍ଚରେ ଟେନିଙ୍କ ଉପସ୍ଥିତିକୁ ପ୍ରସଙ୍ଗ କରିଥିଲେ। ଯୋଗୀ ସରକାର ସବୁ ମୋର୍ଚ୍ଚାରେ ଫେଲ୍ ହୋଇଥିବା ସେ କହିଛନ୍ତି। ଏପରିକି ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଉପରେ ମଧ୍ୟ ହମଲା କରିଥିଲେ ପ୍ରିୟଙ୍କା।

ଗୋରଖପୁରର ଚମ୍ପା ଦେବୀ ପାର୍କରେ ଆୟୋଜିତ ପ୍ରତିଜ୍ଞା ରାଲିରେ ମଞ୍ଚରୁ ପ୍ରିୟଙ୍କା ସପା-ବସପାକୁ ସମାଲୋଚନା କରି କହିଛନ୍ତି, ଉତ୍ତର ପ୍ରଦେଶର ଚିନି ମିଲ୍‌କୁ ସପା, ବସପା ସରକାର ବନ୍ଦ କରି ଦେଇଛନ୍ତି। କଂଗ୍ରେସ ସଙ୍କଟ ସମୟରେ ଆପଣଙ୍କ ସହିତ ଛିଡା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.