Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିସିଟିଭି ନଥିବାର ସୁଯୋଗ ନେଇ ଅପରାଧୀଙ୍କ ଦୌରାତ୍ମ୍ୟ ବଢି ଚାଲିଛି ଜୟପୁରରେ : ଅପରାଧୀଙ୍କ ଟେର ପାଇ ପାରୁନି ପୋଲିସ

22/04/2019 at 6:59 PM

କୋରାପୁଟ ୨୨/୪: ଜୟପୁର ସହରରେ ପ୍ରହସନ ପାଲଟିଛି ସିସିଟିଭି ବ୍ୟବସ୍ଥା।ଧର୍ମକୁ ଆଖି ଠାର ପରି ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ସିସିଟିଭି ଝୁଲୁଛି ସିନା ହେଲେ ଏଥିରୁ ସୁଫଳ ମିଳୁନି।କାରଣ ବର୍ଷ ବର୍ଷ ହେବ ଏହାର ଲିଙ୍କ ଫେଲ୍ । ଆଉ ଏହାର ସୁଯୋଗ ନେଇ ଦିନକୁ ଦିନ ସହରରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି ।

ଅପରାଧ ନିୟନ୍ତ୍ରଣ ଏବଂ ଅସଜଡା ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ୨୦୧୬ରେ ଆରମ୍ଭ କରିଥିଲା  ସିସିଟିଭି ବ୍ୟବସ୍ଥା । ୫ଟି ଜନଗହଳି ସ୍ଥାନ ଯଥା ପାରାବେଡା ଟ୍ରାଫିକ ଛକ,ପୁରୁଣା ବସ ଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକ,ୱେଲକମ ଛକ,ରଜା ନଅର ଛକ ଓ ପୁରୁଣା ଡାକ୍ତରଖାନା ସମ୍ମୁଖରେ ସିସିଟିଭି ଲଗାଯାଇଥିବା ବେଳେ ଏହାର କଣ୍ଟ୍ରୋଲ ରୁମ ଟାଉନ ଥାନାରେ ରହିଛି ।ହେଲେ ଦୁର୍ଭାଗ୍ୟର କଥା ଏହି ସିସିଟିଭି ଲାଗିବାର ୩ ବର୍ଷ ବିତି ଯାଇଥିଲେ ବି ଏଥିରୁ  ପୋଲିସକୁ ସଫଳତା ମିଳିନି । ଏପରିକି ଏହି ସିସିଟିଭି ଲାଗିଥିବା ସ୍ଥାନରେ ଅପରାଧ ଘଟୁଥିଲେ ବି ପୋଲିସ ଅରରାଧୀଙ୍କ ଟେର ପାଇ ପାରୁନି । କାରଣ ଏହି ସିସିଟିଭି ୱାଇଫାଇରେ ଚାଲୁଥିବା ବେଳେ ଅଥିକାଂଶ ସମୟ ଲିଂକ ଫେଲ ରହୁଛି। ସେହିପରି ଏଥିରେ ବ୍ୟାକଅପ ସିଷ୍ଟମ ନଥିବାରୁ ବିଦ୍ୟୁତ ଫେଲ ସମୟରେ ଏହା କାମ କରୁନି।କ୍ୟାମେରା ଗୁଡିକ ଅତି ଉଚ୍ଚରେ ଲାଗିଥିବାରୁ ଗାଡି ନମ୍ବର ବି ଦିଶୁନି।

ଏହି ସିସିଟିଭି ପାଇଁ କୋରାପୁଟ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ବା କ୍ରିଟ ପକ୍ଷରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ।  ଆରମ୍ଭରୁ ହିଁ ଏଥିରେ ବିଭ୍ରାଟ ଦେଖା ଦେଇଥିଲା।ତେବେ ସମସ୍ତ ସିସିଟିଭି କିପରି ପୁନଃ କାର୍ଯ୍ୟକ୍ଷମ ହୋଇ ପାରିନ ସେ ଦିଗରେ ଖୁବ ଶୀଘ୍ର ଉଦ୍ୟମ କରାଯିବ ବୋଲି କହିଛନ୍ତି ଏସପି ।  

ବର୍ଷ ବର୍ଷ ହେବ ଜୟପୁରରେ ସିସିଟିଭି ଯେପରି ଅଚଳ ହୋଇ ପଡି ରହିଛି,ଏଥିରୁ ଲାଗୁଚି ସତେ ଯେପରି ସରକାର କା ମାଲ ଦରିଆ ମେଁ ଡାଲ।ତେଣୁ ସହରବାସୀଙ୍କ ସ୍ବାର୍ଥକୁ ଆଖିରେ ରଖି  ପ୍ରଶାସନ  ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

   Related Posts