Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଜି କ୍ରାଇମବ୍ରାଞ୍ଚ ଟିଟୋକୁ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର କରିବ

9/07/2018 at 5:56 AM

ଆଜି କ୍ରାଇମବ୍ରାଞ୍ଚ ଟିଟୋକୁ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର କରିବ । ଅଧିକ ତଥ୍ୟ ଓଗାଳିବା ପାଇଁ ଟିଟୋକୁ ଆଉ କିଛି ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିପାରେ । ଜୁନ ୩୦ରେ ଟିଟୋକୁ କ୍ରାଇମବ୍ରାଞ୍ଚ ଏନକାଉଣ୍ଟର କରିଥିଲା । ଜୁଲାଇ ୪ରେ ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋର ରାଜ୍ୟ ବାହରେ ଚାଲିଥିବା କାରବାର,ବ୍ୟବସାୟୀକ ସହଯୋଗୀ, ଅର୍ଥ ବିନିଯୋଗକାରୀ ସଂସ୍ଥା, ବିନିଯୋଗ ଅର୍ଥର ଉତ୍ସ,ଆୟ ବ୍ୟୟର ଟିକିନିଖି ହିସାବ ଆଦି ସମ୍ପର୍କରେ ଘନ ଘନ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସେପଟେ କୋଲକାତାରେ ଟିଟୋର ୨କୋଟି ଟଙ୍କାର ସମ୍ପତ୍ତିର ସନ୍ଧାନ ପାଇଛି ଏସଟିଏଫ। । ଟିଟୋ ଗଢ଼ିଥିବା ମଠରୁ ଜମିର କାଗଜପତ୍ର ମିଳିଛି । କାଗଜପତ୍ରର ସନ୍ଧାନ ପାଇଁ ଏସଟିଏଫର ସ୍ବତନ୍ତ୍ର ଟିମ୍ କୋଲକାତା ଯାଇଛି । କୋଲକାତାରେ ଟିଟୋର ସମସ୍ତ ବ୍ୟବସାୟ କେନ୍ଦ୍ରର ପୋଲିସ ଖୋଳତାଡ କରିବ। ଏପଟେ ଟିଟୋ ଓ ତାର ପରିବାର ନାଁରେ ୭ଟି ଦାମୀ କାରର ସନ୍ଧାନ ପାଇଛି ପୋଲିସ । ଟିଟୋ ବ୍ୟବହାର କରୁଥିବା ଅଡି କାର ଜବତ ହୋଇଛି । ସେ ବ୍ୟବହାର କରୁଥିବା ଅନ୍ୟ ଏକ ଜାଗୁଆର କାରର ଖୋଜା ଚାଲିଛି । ଅପରାଧ ଦମନ ଅଭିଯାନରେ ଟିଟୋ ଲିଙ୍କରେ ସନ୍ଦିଗ୍ଧଙ୍କୁ ଗୋଡାଇ ଗୋଡାଇ ଧରୁଛି ପୋଲିସ ।

   Related Posts