ଗଞ୍ଜାମ ପୋଲିସର ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଆହତ

Published By : Prameya-News7 Bureau | September 14, 2019 IST

ବ୍ରହ୍ମପୁର ୧୪।୯:  ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଆହତ ହୋଇଛି । ଜୟଶ୍ରୀ କେମିକାଲ ରାସ୍ତାରେ ଏନକାଉଣ୍ଟର କରିଛି ପୋଲିସ। ସୁଶାନ୍ତର ବାମ ଗୋଡରେ ବାଜିଛି ଗୁଳି। ଆହତ ଅବସ୍ଥାରେ ସୁଶାନ୍ତକୁ ଏମକେସେଜିରେ ଭର୍ତ୍ତି କରାଯାଇଛି ।

{"id":157317}

ସୁଶାନ୍ତ ନିକଟରୁ ପୋଲିସ ଗୋଟିଏ ଗୁଳି, ପିସ୍ତଲ ଓ ଗୋଟିଏ ବାଇକ୍ ଜବତ କରିଛି। ଏନକାଉଣ୍ଟର ବେଳେ ଦୁଇ ଜଣ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସୁଶାନ୍ତ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.