Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପୋଲିସ ଗୁଳିରେ ଅପରାଧୀ ଶିବା ଗୁରୁତର, ମେଡିକାଲରେ ଭର୍ତ୍ତି

25/11/2019 at 8:05 AM

ରାୟଗଡା  ୨୫।୧୧: ରାୟଗଡା ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡପା ଶିବା ଗୁରୁତର ହୋଇଥିବା ଜଣାପଡିଛି । ଶିବାକୁ ଗୁରୁତର ଅବସ୍ଥାରେ ମେଡିକାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ , ପୋଲିସ ଗୁଳିରେ ଆହାତ ହୋଇଥିବା ଶିବା ସାଙ୍କେସ ଜଙ୍ଗଲରେ ଥିବା ପୋଲିସକୁ ସୁଚନା ମିଳିଥିଲା  । ଜଙ୍ଗଲରେ ଚଢାଉ କରିବାର ଦେଖି ଶିବା ପୋଲିସ ଉପରକୁ ଗୁଳିଚାଳନା କରିଥିଲା, ପୋଲିସର ପାଲଟା ଗୁଳିମାଡରେ ଶିବାର ଗୋଡରେ ଗୁଳି ବାଜି ଆହତ ହୋଇଛି। ଶିବାକୁ ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡା ମେଡିକାଲେ , ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁଳିବିନିମୟରେ ପୋଲିସ ଏସ୍‌ଆଇ ରିଗାନ କିଣ୍ଡୋ ଓ ହାବିଲଦାର ଦିଲୀପ ହୋତା  ଆହତ ହୋଇଛନ୍ତି । ଶିବା ନାଁରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ଅପରାଧିକ ମାମଲା ରହିଛି । ସୋନପୁର ଜଣେ ଯୁବକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ଶିବାର ସଂପୃକ୍ତି ରହିଥିବା ସୂଚନା ମିଳିଛି ।

   Related Posts