ବିହାର ବିଧାନସଭା ନିର୍ବାଚନ: ତେଜସ୍ୱୀଙ୍କ RJDରେ ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ

Published By : Prameya-News7 Bureau | October 21, 2020 IST

ପାଟନା ୨୧।୧୦: ବିହାର ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢିବାରେ ଲାଗିଛି। ଅକ୍ଟୋବର ୨୮ ତାରିଖ ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ୧୦୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩୧ ପ୍ରତିଶ ଅର୍ଥାତ ୩୨୮ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଥିବା ସେମାନଙ୍କ ପ୍ରାର୍ଥୀପତ୍ର ସହ ଦାଖଲ ସତ୍ୟାପାଠରୁ ଜଣାପଡିଛି। 

{"id":348581,"sizeSlug":"large"}

ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାୟ ସବୁ ଦଳ ଟିକେଟ୍‌ ଦେଇଛନ୍ତି। ତେବେ ଏଥିରେ ତେଜସ୍ୱୀଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏପରି ନେତାଙ୍କୁ ସର୍ବାଧିକ ଟିକେଟ୍ ଦେଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର୍ସ (ଏଡିଆର)ଙ୍କ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରୁ ବିଭିନ୍ନ ରାଜନୈତିକ ଦଳଙ୍କ ୨୩ ପ୍ରତିଶତ ଅର୍ଥାତ ୨୪୪ ଜଣ ଏପରି ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଗୁରୁତର  ଅପରାଧୀକ ଅଭିଯୋଗ ମଧ୍ୟ ରହିଛି।

{"id":348582,"sizeSlug":"large"}

ଏଡିଆର ରିପୋର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ଆରଜେଡିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଆରଜେଡି ପରେ ବିଜେପିର ୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୧, ଏଲଜେପିର ୪୧ରୁ ୨୪, କଂଗ୍ରେସର ୨୧ରୁ ୧୨, ଜେଡି(ୟୁ)ର ୩୫ରୁ ୧୫ ଓ ବିଏସପିର ୨୬ରୁ ୮ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବାର ସେମାନଙ୍କ ପ୍ରାର୍ଥୀପତ୍ର ସହ ଦାଖଲ ସତ୍ୟପାଠରୁ ଜଣାପଡିଥିବା ଏଡିଆର କହିଛି।

{"id":348583,"width":577,"height":401,"sizeSlug":"large"}

ସେହିପରି ଗୁରୁତର ଅପରାଧିକ ଶ୍ରେଣୀରେ ଆରଜେଡି ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ସବୁଠୁ ଉପରେ। ଆରଜେଡିର ୪୧ରୁ ୨୨, ଏଲଜେପିର ୪୧ରୁ ୨୦, ବିଜେପିର ୨୯ରୁ ୧୩, କଂଗ୍ରେସର ୨୧ରୁ ୯, ଜେଡି(ୟୁ)ର ୩୫ରୁ ୧୦ ଓ ବିଏସପିର ୨୬ରୁ ୫ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରେ ଏପରି ୨୯ ଜଣ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ମହିଳା ଅତ୍ୟାଚାର ସମ୍ପର୍କିତ ମୋକଦ୍ଦମା ମଧ୍ୟ ରହିଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ ଦୁଷ୍କର୍ମ ଧାରା ୩୭୬ରେ ମଧ୍ୟ ମୋକଦ୍ଦମା ରହିଛି।

{"id":348584,"width":577,"height":355,"sizeSlug":"large"}

କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟାରେ ଆରଜେଡି ଆଗରେ  
ତେଜସ୍ୱୀଙ୍କ ଆରଜେଡିରେ କେବଳ ଅପରାଧୀ ଅଛନ୍ତି ତା ନୁହେଁ ଦଳରେ ଅନେକ କୋଟିପତି ମଧ୍ୟ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଆରଜେଡିରେ ଧନି ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ। ଆରଜେଡିରେ ୪୧ରୁ ୩୯ ପ୍ରାର୍ଥୀ କୋଟିପତି  ହୋଇଥିବା ବେଳେ ଜେଡି(ୟୁ)ର ୩୫ରୁ ୩୧, ବିଜେପିର ୨୯ରୁ ୨୪, ଏଲଜେପିର ୪୧ରୁ ୩୦, କଂଗ୍ରେସର ୨୧ରୁ ୧୪ ଓ ବିଏସପିର ୨୬ରୁ ୧୨ ପ୍ରାର୍ଥୀ କୋଟିପତି ବୋଲି ଏହି ରିପୋର୍ଟରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.