ଗ୍ୟାଙ୍ଗଷ୍ଟାର କହିଲା -ଏହାପରେ ଟାର୍ଗେଟ ମୋ ଗାର୍ଲଫ୍ରେଣ୍ଡ..ମୁଁ ଆଇନ ଓ ଅପରାଧକୁ ମିଶେଇବାକୁ ଚାହେଁନାହିଁ...କଣ ଏ ପ୍ରେମ କାହାଣୀର ଟ୍ରେଲର..ଜାଣିବା

Published By : Prameya-News7 Bureau | February 09, 2019 IST

ପଟିଆଲା ୯/୨- ପଟିଆଲାରେ ଧରାପଡ଼ିଥିବା ଜଣେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାରର ବୟାନ । ମୁଁ ଆଇନ ଓ ଅପରାଧକୁ ମିଶାଇବାହୁ ଚାହେଁ ନାହିଁ । ଏହାପରେ ଶେଷ ଟାର୍ଗେଟ ମୋ ଗାର୍ଲଫ୍ରେଣ୍ଡ । କଣଥିଲା ଏ ପ୍ରେମକାହାଣୀର ଟ୍ରେଲର ଆସନ୍ତୁ ଜାଣିବା ।

 

ପଂଜାବ ପୋଲିସ ଗିରଫ କରିଥିବା କୁଖ୍ୟାତ ଅପରାଧି ନବ ଲାହୋରିଆ ଦେଇଛି ଏପରି ବୟାନ । ପୋଲିସ ଗିରଫ କଲାପରେ ତା ବୟାନରେ ଦେଇଛି ଏପରି ବିସ୍ଫୋରକ ମନ୍ତବ୍ୟ । ସେ ଯାହାଙ୍କୁ ଟାର୍ଗେଟ ନେଇଛି, ତାକୁ ରାସ୍ତାରୁ ହଟାଇଛି । ଜୀବନରେ ଯାହାକୁ ଯାହାକୁ ଟାର୍ଗେଟ ନେବାର ଥିଲା ନେଇସାରିଛି, ଖାଲି ଅଛି ଶେଷ ଟାର୍ଗେଟ... ଗାର୍ଲଫ୍ରେଣ୍ଡ ।

ନବ ଲାହୋରିଆ ପଂଜାବ ପୋଲିସ ଆଖିରେ ଧୂଳିଦେଇ କରିଛି ଅନେକ ଅପରାଧ । ହତ୍ୟା, ଲୁଣ୍ଠନ, ରାହାଜାନୀ , ଡ଼କାୟତି ଠାରୁ ଆରମ୍ଭ କରି ତା ନାଁରେ ଲମ୍ବା ଅପରାଧ ତାଲିକା । କିନ୍ତୁ ପୋଲିସ ଏହି ଗ୍ୟାଙ୍ଗଷ୍ଟାରକୁ ଧରିବାକୁ କରିଛି ଅନେକଥର ଏନକାଉଁଟର । କିନ୍ତୁ ଖସି ପଳେଇଯାଇଥିବା ନବ ଶେଷରେ ଧରାପଡ଼ିଛି ପୋଲିସ ହାତରେ ।

ପୋଲିସକୁ ସବୁ ଅପରାଧିକ ଘଟଣା କହିସାରିବାପରେ ଯାହା କହିଥିଲା ଉଡ଼ିଯାଇଥିଲା ହୋସ ।

ସେ କହିଥିଲା ଜୀବନରେ ଯାହାକୁ ପାଇବାକୁ ମୁଁ ଏତେ ଅପରାଧିକ କାମରେ ସଂପୃକ୍ତ, ସେ ଯଦି ମୋ ହାତ ଛାଡ଼ିଦିଏ..ତାକୁ ବି ଦେଇପାରିବିନି କ୍ଷମା ।

ନବ ଗାର୍ଲଫ୍ରେଣ୍ଡ କୋର୍ଟରେ  ଓକିଲାତି କରୁଥିଲା କିନ୍ତୁ ନବ ସହିତ ଅନେକ ବର୍ଷର ପ୍ରେମସଂପର୍କ ଥିଲେ ବି ଶେଷରେ ବିବାହ ହେବାକୁ ମନା କରିଥିଲା । ଏହି କାରଣରୁ ନବ ଉତକ୍ଷିପ୍ତ ହୋଇପଡ଼ିଥିଲା ।

ପୋଲିସ ନବକୁ ଧରିବାପରେ ତାର ଶେଷ ଟାର୍ଗେଟ ଗାର୍ଲଫ୍ରେଣ୍ଡ ଥିବା କଥା କହିଛି । ମୁଁ ଆଇନ ଓ ଅପରାଧକୁ ମିଶାଇବାକୁ ଚାହୁଁ ନଥିଲି ବୋଲି ଏତେ ଦିନ ଯାଏଁ ଅପେକ୍ଷା କରିଛି । ଯଦି ସେ ମୋ ଜୀବନରୁ ଦୂରେଇ ଯାଏଁ, ତାହେଲେ ମୁଁ ମଧ୍ୟ ଜୀବନରୁ ଦୂରେଇଦେବି ।

ଏଭଳି ଚାଂଚଲ୍ୟକର ବୟାନ ଶୁଣି ପୋଲିସ ହୋଇଯାଇଥିଲା ତାଜୁବ । ନବର ଅନ୍ୟାନ ଅପରାଧିକ ଘଟଣାର ଅଧିକ ଖୋଳତାଡ଼୍ ପାଇଁ ପୋଲିସ ରିମାଣ୍ଡରରେ ଆଣି କରୁଛି ପଚରାଉଚରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.