ଚୌଦ୍ବାରରେ ଏନକାଉଣ୍ଟର:ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ, ଏସ୍ ସିବି ସ୍ଥାନାନ୍ତର

Published By : Prameya-News7 Bureau | October 13, 2019 IST

କଟକ ୧୩/୧୦: କଟକ ଚୌଦ୍ୱାର ଅଂଚଳରେ ଏନକାଉଣ୍ଟର ହୋଇଛି । ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍ୱାଡ଼୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଗୁରୁତର ହୋଇପଡ଼ିଛି । ଜିତୁର ଡାହାଣ ଗୋଡ଼ରେ ବୁଳି ବାଜିଛି । ଗୁରୁତର ଅବସ୍ଥାରେ ଜିତୁକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

{"id":169583}

ଜିତୁ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।ମୋଷ୍ଟ ୱାଣ୍ଟେଡ ଜିତୁକୁ ଧରିବାକୁ ପୋଲିସ ଅନେକ ଦିନ ଧରି ଚେଷ୍ଟା ଜରି କରିଥିଲା । ଆଜି ପୋଲିସ ଉପରକୁ ଜିତୁ ଗୁଳି କରିଥିଲା । ଏହା ପରେ ଜିତୁ ଉପରକୁ ଗୁଳି ଚଳାଇଥିଲା ପୋଲିସ  । ବିଭିନ୍ନ ଡକାୟତି ଓ ଲୁଟ ଘଟଣାରେ ଜିତୁର ସମ୍ପୃକ୍ତି ରହିଛି।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.