ଗଞ୍ଜାମ ପୋଲିସର ପୁଣି ଏନ୍କାଉଣ୍ଟର ; ପୋାଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସ୍ବାଇଁ ଆହତ
30/10/2018 at 9:24 AM

ଗଞ୍ଜାମ ୩୦|୧୦: ଗଞ୍ଜାମ ପୋଲିସର ଆଉ ଏକ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସ୍ବାଇଁ ଓରଫ ବାଦଲ ଆହତ ହୋଇଛି । ହିଞ୍ଜିଳିକାଟୁ ଶେରଗଡ ରାସ୍ତାର ଡେଙ୍ଗାପଦର ନିକଟରେ ପୋଲିସ ଏନକାଉଣ୍ଟର କରିଛି । ଜିତେନ୍ଦ୍ରର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ଜିତେନ୍ଦ୍ରର ସହଯୋଗୀ ପୋଲିସକୁ ଚକମା ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଜିତେନ୍ଦ୍ର ନାଁରେ ବ୍ରହ୍ମପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରରେ ୧୧ରୁ ଅଧିକ ମାମଲା ରହିଛି । ତାଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଏକ ନମ୍ବରବିହୀନ ମୋଟର ସାଇକେଲ ଜବତ କରିଛି ପୋଲିସ ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021