କେନ୍ଦ୍ରାପଡାରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଳିକକୁ ପୋଲିସର ଏନ୍କାଉଣ୍ଟର
7/10/2018 at 9:56 AM

କେନ୍ଦ୍ରାପଡା ୭|୧୦: ପୁଣି କେନ୍ଦ୍ରାପଡାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଳିକକୁ ଏନକାଉଣ୍ଟର କରିଛି ପୋଲିସ । କେନ୍ଦ୍ରାପଡାର ଡେରାବିଶ ଥାନା ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିଲା ସନ୍ତେ।ଷ । ସେହି ସମୟରେ ଡେରାବିଶ ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍ ମିଳିତ ଭାବେ ଏନକାଉଣ୍ଟର କରି ସନ୍ତୋଷକୁ କାବୁ କରିପାରିଥିଲା । ତା’ ନାଁରେ ବିଭିନ୍ନ ଥାନାରେ ୬୦ ରୁ ଅଧିକ ମାମଲା ରହିଛି । ସନ୍ତୋଷର ଘର ପଟ୍ଟାମୁଣ୍ଡାଇ ଥାନା ଦୋବନ୍ଧା ଗାଁରେ । ୨୦୦୩ ମସିହାରୁ ସନ୍ତୋଷ ଚୋରି, ଡକାୟତି, ରାହାଜାନି, ଦାଦାବଟି ଆଦାୟ, ଧମକଚମକ ଦେବା କାର୍ଯ୍ୟରେ ଲିପ୍ତ ରହିଥିବା ପୋଲିସ କହିଛି । ସନ୍ତୋଷ ନାଁରେ କେନ୍ଦ୍ରାପଡା ସମେତ ଜଗତସିଂହପୁର, ଯାଜପୁର, ରାଉରକେଲା ଅଞ୍ଚଳରେ ଅପରାଧିକ ମାମଲା ରହିଛି ।