ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସ ଗୁରୁତର
25/02/2019 at 8:12 AM

ମାର୍ଶାଘାଇ ୨୫|୨: ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସକୁ ଏକକାଉଣ୍ଟକ କରିଛି ପୋଲିସ ।କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅନ୍ତର୍ଗତ ବଇଦ ସିରିଙ୍ଗପୁର ତିଖିରୀ ରାସ୍ତାର ମଝି କଲଭର୍ଟ ନିକଟରେ ଲିଟୁ ଦାସକୁ ଏନକାଉଣ୍ଟର କଲା କେନ୍ଦ୍ରାପଡା ସ୍ପେଶାଲ ସ୍କ୍ବାର୍ଡ ଓ ମାର୍ଶାଘାଇ ପୋଲିସ। ଲିଟୁ ଦାସର ଡାହାଣ ଗୋଡରେ ବାଜିଛି ଦୁଇଟି ଗୁଳି। ଆଣ୍ଠୁର ଉପର ଓ ତଳେ ବାଜିଛି ଗୁଳି।ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଲଭର୍ଟ ନିକଟରେ ଲିଟୁ ବସିଥିବା ସମୟରେ ପୋଲିସ ଓ ଲିଟୁ ମଧ୍ୟରେ ହୋଇଥିଲା ଗୁଳି ବିନିମୟ ଫଳରେ ଲିଟୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ୩ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ ।

ପୋଲିସର ସୂଚନା ଅନୁସାରେ ଲିଟୁ ନାମରେ ବିଭିନ୍ନ ସ୍ଥାନରେ ୩୫ରୁ ଉର୍ଦ୍ଧ୍ବ ମାମଲା ରହିଛି। ଲିଟୁ ଦୀର୍ଘ ୫ ବର୍ଷରୁ ଅଧିକ କାରାଗାରରେ ରହିବାରେ ପରେ ଗତ ୧୬ତାରିଖରେ ବେଲ୍ ରେ ଆସିଥିଲା। କିନ୍ତୁ ଗତ ୨୨ତାରିଖରେ ଧନିଆପଡା ଗ୍ରାମର ସାଜନଙ୍କ ଘର ଉପରକୁ ତିନି ରାଉଣ୍ଡ ଗୁଳିକରିଥିବାରୁ ଲିଟୁର ସହଯୋଗୀକୁ ମାର୍ଶାଘାଇ ପୋଲିସ ଗିରଫ କରି ଗତକାଲି କୋର୍ଟ ପଠାଇଥିଲା । ତେବେ ଲିଟୁକୁ ଏନକାଉଣ୍ଟର କରିଛି ପୋଲିସ ।