ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଖାନ୍ ଆହତ
15/02/2019 at 12:13 PM

ଭଞ୍ଜନଗର ୧୫|୨: ଭଞ୍ଜନଗରରେ ପୋଲିସର ଏନକାଉଣ୍ଟର । ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଖାନ ଓରଫ୍ ଇମୁ ଆହତ ହୋଇଛି । ଗଣ୍ଡିଶୁଳା ନିକଟରେ ଅପରାଧୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଇମୁର ୨ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଇମୁକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ପଲସର ବାଇକ୍ , ପିସ୍ତଲ, ୫ଟି ଗୁଳି ଜବତ ହୋଇଛି । ଗତ ୭ତାରିଖର ଭଞ୍ଜନଗର ସିରିଜ୍ ବୋମା ବିସ୍ଫୋରଣ ମାଷ୍ଟର ମାଇଣ୍ଡ ଥିଲା ଇମୁ ।