Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅପରାଧୀଙ୍କ ବିଦେଶ ବୁଲା : ୫ ଥାନାରେ ୭ ସଙ୍ଗୀନ ମାମଲା, ଅଥଚ ପାସପୋର୍ଟ ପାଇଁ କ୍ଲିଅରାନ୍ସ ଦେଲା କିଏ ?

2/07/2020 at 5:49 PM

ଭୁବନେଶ୍ୱର ୦୨।୦୭: ବିଦେଶରେ ପାଠ ପଢ଼ିବାକୁ ହେଉ କିମ୍ବା ଚାକିରି ପାଇଁ ପାସ୍‌ପୋର୍ଟ ଖଣ୍ଡେ ହାସଲ ଲାଗି ମାସ ମାସ ଦୌଡ଼ିବାକୁ ପଡୁଛି । କିନ୍ତୁ ଅପରାଧୀ ପୁଲିସ୍‌କୁ ହାତ କରି ବେଆଇନ୍‌ ପାସ୍‌ପୋର୍ଟ ଧରି ବିଦେଶରେ ପହଞ୍ଚି ଗଲାଣି। ଅପରାଧୀଙ୍କୁ କିଏ କ୍ଲିୟରାନ୍ସ ଦେଲା? ୭ ଦିନ ଭିତରେ ସେ କେମିତି ପାସ୍‌ପୋର୍ଟ ହାସଲ କଲା? ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ଏହି ଘଟଣା କମିଶନରେଟ୍‌ ପୁଲିସ୍‌ରେ ଚହଳ ସୃଷ୍ଟି କରିଛି । ଏମିତି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନାରେ । ସବୁଠାରୁ ବଡ଼ କଥା ହେଲା ପାସପୋର୍ଟ ପାଇଥିବା ଅପରାଧୀ ନାଁରେ ୫ ଟି ଥାନାରେ ୭ ଟି ସଙ୍ଗୀନ ମାମଲା ରହିଛି ।

ମିଳିଥିବା ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପାସ୍‌ପୋର୍ଟ ନେବାକୁ ଯୋଜନା କରିଥିଲା । ଉକ୍ତ ଅପରାଧୀ ନାମରେ ଚନ୍ଦ୍ରଶେଖରପୁର , ଇନ୍‌ଫୋସିଟି, ମଞ୍ଚେଶ୍ୱର, ଖଣ୍ଡଗିରି, ଖାରବେଳନଗର ନଗର ଆଦି ଥାନାରେ ରହିଛି ୭ରୁ ଅଧିକ ମାମଲା । ଅପରାଧୀ ବିରୋଧରେ ୩୦୭, ୨୫ ଆର୍ମ ଆକ୍ଟ ଭଳି ସଙ୍ଗୀନ୍‌ ଦଫା ଲାଗିଛି । ଚନ୍ଦ୍ରଶେଖରପୁରରେ ରହୁଥିବା ଅପରାଧୀ ଜଣଙ୍କ ୨୦୦୮ରେ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲା । ହେଲେ ଡିସିପି ଅଫିସ୍‌ରେ ଥିବା ପାସ୍‌ପୋର୍ଟ ସେଲ୍‌ର ଅଧିକାରୀମାନେ ତାକୁ ରଦ୍ଦ କରି ଦେଇଥିଲେ । ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ତତ୍କାଳ ପାସ୍‌ପୋର୍ଟ ପାଇବା ପାଇଁ ପୁଣି ଥରେ ଆବେଦନ କରିଥିଲା । ୧୮ ତାରିଖରେ ଡିଆଇବି ଅଫିସ୍‌ ଓ ୧୯ ତାରିଖରେ ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିଲା । ତତ୍କାଳ ପାସ୍‌ପୋର୍ଟ ହୋଇଥିବାରୁ ଅପରାଧୀ ଜଣଙ୍କ ୭ ଦିନ ମଧ୍ୟରେ ପାସ୍‌ପୋର୍ଟ ପାଇ ଯାଇଥିଲା । ନିୟମ କହୁଛି ପାସ୍‌ପୋର୍ଟ ଆବେଦନ କରିଥିବା ବ୍ୟକ୍ତିର ଅପରାଧୀକ କାର୍ଯ୍ୟକଳାପ ଯାଞ୍ଚ କରି ତୁରନ୍ତ ଡିଆଇବିରେ ଜଣାଇବା । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଡିଆଇବିକୁ ରିପୋର୍ଟ ଦେଇଥିଲେ, ପାସ୍‌ପୋର୍ଟ ଆବେଦନ କରିଥିବା ବ୍ୟକ୍ତିଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ଫଳରେ ଅପରାଧୀ ଜଣଙ୍କ ପାସ୍‌ପୋର୍ଟ ହାସଲ କରି ବିଦେଶ ଯାତ୍ରା କରିଥିଲା ।

ଆରଟିଆଇ ତଥ୍ୟରୁ ଏ ବିଷୟରେ ଜଣା ପଡିବା ପରେ ଆରମ୍ଭ ହୋଇଥିଲା ତନାଘନା । ଏହା ପରେ କମିଶନରେଟ୍‌ ପୁଲିସ୍‌ ମୁଣ୍ଡରେ ଚଡ଼କ ପଡିଥିଲା । ଏବେ ଡିଆଇବି ଆଞ୍ଚଳିକ ପାସ୍‌ପୋର୍ଟ କାର୍ଯ୍ୟାଳୟକୁ ଏ ବିଷୟରେ ଅବଗତ କରିଛି । ତୁରନ୍ତ ପାସ୍‌ପୋର୍ଟକୁ ରଦ୍ଦ କରିବା ପାଇଁ ଡିଆଇବି ଜଣାଇଛି । ସେପଟ ଥାନାର କେଉଁ କର୍ମଚାରୀ ଏଥିରେ ସମ୍ପୂକ୍ତ ତାକୁ ନେଇ ଖୋଜାଲୋଡ଼ା ଆରମ୍ଭ ହୋଇଛି । ୨୦୧୯ରେ ଚନ୍ଦ୍ରଶେଖରପୁର ଥାନାର ଜଣେ କର୍ମଚାରୀ ପାସ୍‌ପୋର୍ଟ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଇ ସସ୍‌ପେଣ୍ଡ ହୋଇଥିଲେ ।

   Related Posts