Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦୁର୍ଦ୍ଦାନ୍ତ ଅପରାଧି ଶେଖ ଗୁଲଜାର ଗିରଫ

8/12/2019 at 7:01 PM

କଟକ ୮/୧୨: କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ଛାତ୍ରଙ୍କୁ ଦାଦାବଟୀ ମାଗିବା ଓ ସେହି ଅଞ୍ଚଳରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ଗୁଲଜାରକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ତେବେ ନୂଆବର୍ଷ ଆୟୋଜନ ପାଇଁ ଗୁଲଜାର ଜୋରଜବରଦସ୍ତି ଛାତ୍ରଙ୍କୁ ଦାଦାବଟି ମାଗିଥିଲା। .ତେବେ ଛାତ୍ରଙ୍କ ଅଭିଯୋଗ ମୁତାବକ ଗୁଲଜାରକୁ ଗିରଫ କରାଯାଇଛି। .

 ଗୁଲଜାର ଗିରଫ ହେବା ପରେ ତାକୁ ସାହାଯ୍ୟ କରିବାକୁ ଯାଇ ଜଣେ ଯୁବତୀ ଓ ଅନ୍ୟ ୩ଜଣ ଙ୍କୁ ବି ଗିରଫ କରିଛି ପୋଲିସ। ତେବେ ଛାତ୍ରମାନେ ଅଭିଯୋଗ କରିବା ପାଇଁ ଡିସିପିଙ୍କ ଅଫିସ ଆସିଥିବାବେଳେ ଗିରଫ ହୋଇଥିବା ଯୁବତୀ ଡିସିପିଙ୍କ ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀ ଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଏହା ଛଡା ଅଭିଯୋଗକାରୀ ଛାତ୍ରଙ୍କୁ ଗିରଫ ହୋଇଥିବା ଗୁଲଜାରର ଭାଇ ସମେତ ୨ ସହଯୋଗୀ ମଧ୍ୟ ଗୁଲଜାର ନାମରେ ଅଭିଯୋଗ ନକରିବା ପାଇଁ ଧମକ ଦେଇଥିଲେ। ଏହା ସହ ଅଭିଯୋଗରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଗୁଲଜାର ସମେତ ଜଣେ ଯୁବତୀ ଓ ଅନ୍ୟ ତିନିଜଣ ଯୁବକ ଗିରଫ ହୋଇଛନ୍ତି। ଗୁଲଜାରଠାରୁ ପୋଲିସ ଏକ ବନ୍ଧୁକ ଓ ଗୁଳିକୁ ମଧ୍ୟ ଜବତ କରିଛି। ସମସ୍ତ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗୁଲଜାର ନାମରେ କଟକ ସହରର ବିଭିନ୍ନ ଥାନାରେ ପ୍ରାୟ ୧୫ ରୁ ଉର୍ଦ୍ଧ ମାମଲା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

   Related Posts