୭ ଗ୍ୟାଙ୍ଗଷ୍ଟାର ଗିରଫ, ଆମେରିକାରୁ ସଞ୍ଚାଳିତ ହେଉଥିଲା ଗ୍ୟାଙ୍ଗ୍

Published By : Prameya-News7 Bureau | March 03, 2020 IST

ଚଣ୍ଡୀଗଡ ୩।୩: ଆମେରିକାରୁ ସଞ୍ଚାଳିତ ଏକ ଗ୍ୟାଙ୍ଗର ୭ ଜଣଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ରାଜସ୍ଥାନର ପାଲି ଜିଲ୍ଲାର ସୋଜତରୁ ଗିରଫ ହୋଇଛନ୍ତି ଅଭିଯୁକ୍ତ । ସେମାନଙ୍କଠାରୁ ଗୋଟିଏ ୦.୩୦ ବୋର ପିସ୍ତଲ, ଦୁଇଟି ୦.୩୨ ବୋର ପିସ୍ତଲ, ଗୋଟିଏ ସ୍ପ୍ରିଙ୍ଗଫିଲ୍ଡ ରାଇଫଲ ଏବଂ ୧୮ କାର୍ଟ୍ରିଜ, ୧୨ ବୋର ବନ୍ଧୁକ, ୪୦ ଜୀବନ୍ତ କାର୍ଟ୍ରିଜ, ଦୁଇଟି ୦.୩୧୫ ବୋର ପିସ୍ତଲ, ୨ଟି କାର ଜବତ କରାଯାଇଛି | ୩ଟି ନକଲି ଆଧାର କାର୍ଡ ମଧ୍ୟ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୩ଜଣ ମୋଷ୍ଟ ଓ୍ବାଣ୍ଟେଡ ଥିଲେ |

ଅଭିଯୁକ୍ତଙ୍କ ଗିରଫ ସମ୍ପର୍କରେ ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ପୂର୍ବତନ ସରପଞ୍ଚ ଗୁରୁଦୀପ ସିଂଙ୍କ ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ଥିଲା । ସେ କହିଛନ୍ତି ଯେ, ଦୁଇ ମାସ ଗୋଡାଇବା ଏବଂ ପ୍ରାୟ ୧୫୦୦କିଲୋମିଟର ଫିଲ୍ମ ଶୈଳୀରେ ପିଛା କରିବା, ୪ଟି ରାଜ୍ୟରେ ଖାନତଲାସ କରିବା ପରେ ଏହି ଅପରାଧଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଡିଜିପି କହିଛନ୍ତି ଯେ, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଚଢଉ କରାଯାଇଥିଲା । ଅଭିଯୁକ୍ତମାନେ ଲଗାତର ସେମାନଙ୍କ ସ୍ଥାନ ପରିବର୍ତ୍ତନ କରୁଥିଲେ ଏବଂ ନକଲି ପରିଚୟ ନେଇ ରହୁଥିଲେ ।

ଗିରଫ ବ୍ୟକ୍ତି ହେଉଛନ୍ତି ଅମୃତସରର ଉମରପୁରର ହରମାନ ଭୁଲର, ଗୁରୁଦାସପୁରର ବାସନ୍ତକୋଟ ନିବାସୀ ବଲରାଜ ସିଂ ଏବଂ ଅମୃତସରର ପାଣ୍ଡୋରି ୱାରିଚର ବାସିନ୍ଦା ହରବିନ୍ଦର ସାନ୍ଧୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.