ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଗୁରୁତର

Published By : Prameya-News7 Bureau | August 08, 2018 IST

ଗଞ୍ଜାମ ୮/୮ : କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ନିକଟରେ ଏନକାଉଣ୍ଟର କରିଛି ଗଞାମ ପୁଲିସ । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ବିଦେଶୀ ଓରଫ୍ ଦିଲ୍ଲିପ ଦାସ ଗୁରୁତର ହୋଇଛି । ବିଦେଶୀର ଡାହାଣ ଗୋଡରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ବିଦେଶୀକୁ ପ୍ରଥମେ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଦେଶୀ ନାମରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି । ତା ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ଗୋଟିଏ ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ୍ ଏବଂ ୧୪ ହଜାର ଟଙ୍କା ଜବତ କରିଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.