Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପୋଲିସ-ଅପରାଧୀ ଗୁଳିବିନିମୟ, ଅପରାଧୀ ବୈଜୁ ନିହତ

25/01/2020 at 10:17 AM

ପାଟଣା ୨୫।୦୧: ବିହାର ହାଜିପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ଅପରାଧୀ ବୈଜୁ ମହତୋ ନିହତ ହୋଇଛି । ବୈଜୁ ନାଁରେ ବିଭିନ୍ନ ଥାନାରେ ଚୋରା ମଦ କାରବାର ସମେତ ବିଭିନ୍ନ ମାମଲା ରହିଛି । ବିହାର ଲାଲଗଞ୍ଜ ଥାନା ଅନ୍ତର୍ଗତ ପକଡିକାଣ୍ଡ ଗାଁରେ ବୈଜୁ ରହୁଥିଲା । ପୋଲିସ ଶବ ବ୍ୟବେଚ୍ଛଦ ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ବିଭିନ୍ନ ଅପରାଧୀକ ମାମଲାରେ ପୋଲିସ ଦୀର୍ଘ ଦିନ ହେଲା ବୈଜୁର ସନ୍ଧାନରେ ଥିଲା । ତେବେ ଶୁକ୍ରବାର ରାତିରେ ପୋଲିସ ଗାଡିକୁ ଦେଖି ଗୁଳିମାଡ କରିଥିଲା ବୈଜୁ। ପୋଲିସର ପାଲଟା ଆକ୍ରମଣରେ ବୈଜୁ ନିହତ ହୋଇଛି । ପୂର୍ବରୁ ବୈଜୁ ତତ୍‌କଳୀନ ଜଣେ ଥାନା ଅଧିକାରୀଙ୍କ ଉପରକୁ ଗୁଳିମାଡ କରିଥିଲା । ତେବେ ପୋଲିସର ପାଲଟା ଆକ୍ରମଣରୁ ରକ୍ଷା ପାଇଯାଇଥିଲା । ତେବେ ଏନ୍‌କାଉଣ୍ଟର ସମୟରେ ବୈଜୁ ସହିତ ଥିବା ତାର ଜଣେ ସାଥୀ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣ ସାଥୀକୁ ଅସ୍ତ୍ରଶସ୍ତ୍ର ସହ ଜବତ କରାଯାଇଛି । ତେବେ ବୈଜୁ ସହିତ ଆଉ କିଏ କିଏ ସାମିଲ ଅଛନ୍ତ , ସେନେଇ ପୋଲିସ ଛାନ୍‌ଭିନ୍ ଜାରି ରଖିଛି ।

   Related Posts