ଗଞ୍ଜାମ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଏକ ମୃତ

Published By : Prameya-News7 Bureau | December 26, 2018 IST

wp:core-embed/youtube {"url":"https://www.youtube.com/watch?v=evHcewCeBMg","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=evHcewCeBMg
/wp:core-embed/youtube

ଗଞ୍ଜାମ ୨୫/୧୨: ଗଞ୍ଜାମ ପୋଲିସ ଗୁଳିରେ ଅପରାଧୀ ମୃତ । ଗଞ୍ଜାମ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଛି ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଏକ । ଜଗନ୍ନାଥପ୍ରସାଦ ପୋଲିସ ଆଜି ବାବୁ ନାଏକକୁ ଏନକାଉଣ୍ଟର୍ କରିଥିଲା । ଗୁରୁତର ଆହତ ଅବସ୍ଥାରେ ତାକୁ ଏମ୍.କେ.ସି.ଜି.ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାର ମୃତ୍ୟୁ ହୋଇଛି । ନଭେମ୍ବର ୨୫ ରେ ପୋଲିସ ହାତରେ ଧରାପଡିଥିବା ବାବୁ ନାଏକ ମେଡିକାଲରୁ ଫେରାର ହୋଇଯାଇଥିଲା । ପରେ ତାକୁ ଧରିଲା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ତା ଉପରକୁ ଗୁଳି ଚଲାଇଥିବା ବ୍ରହ୍ମପୁର ଅତିରିକ୍ତ ଏସ୍.ପି. କହିଛନ୍ତି । ପରେ ପରିବାର ଲୋକଙ୍କୁ ବାବୁ ନାଏକର ମୃତଦେହ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.