Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୧୧କୋଟି ଟଙ୍କା ଚାଲାଣର ଖୋଳତାଡ ଆରମ୍ଭ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା

22/02/2019 at 7:07 PM

ଭୁବନେଶ୍ବର ୨୨|୨(ଦୁଷ୍ମନ୍ତ ବେହେରା) : ଓଡିଶାରୁ ଅଭିନବ ଉପାୟରେ ଟଙ୍କ ଚାଲାଣ ହେଉଥିଲା ଉତ୍ତର ପ୍ରଦେଶକୁ । ତେବେ ଛିତିଗଡରେ ପୋଲିସ ସବୁ ଭଣ୍ଡୁର କରିଦେଲା । ମୋଟ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଯାହାର ଚେର ଲମ୍ବିଛି କଟକ ଭୁବନେଶ୍ବର ଯାଏ । ରାଜ୍ୟ ପୋଲିସ ମହାନିଦେର୍ଶକ ଯାହାର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ । ସେପଟେ ଛିତିଗଡ ପୋଲିସ ବି ଏହାର ଜୋରଦାର ତଦନ୍ତ ଚଳାଇଛି ।

ଦେଖନ୍ତୁ  ଇଏ ହେଉଛି ସେହି ଟାୟଟା ଇଟିୟସ କାର । ଯାହାର ଗାଡି ନମ୍ବର ୟୁପି – ୮୦ – ଇକ୍ୟୁ – ୯୬୮୧ । କିଭଳି ଟୟୋଟା କାରର ପଛ ସିଟକୁ କାଟି ତା ଭିତରେ ବିଡା ବିଡା ଟଙ୍କା ରଖିଥିଲେ ଟଙ୍କା ଚାଲାଣକାରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ । ଜବତ ହୋଇଛି ମୋଟ ୧୦ କୋଟି ୯୦ ଲକ୍ଷ ଟଙ୍କା । ଓଡିଶାରୁ ଉତ୍ତରପ୍ରଦେଶର ଆଗ୍ରା ଯାଉଥିବା ଗୋଟିଏ ଟୟୋଟା ଇଟିୟସ କାରରେ ଏତେ ଟଙ୍କା କିଏ ଚାଲାଣ କରୁଥିଲା ?

ଅଭିନବ ଉପାୟରେ ଟଙ୍କା ଚାଲାଣ କରିବାର ଉଦେଶ୍ୟ କଣ ? କିଏ ଏବଂ କାହିଁକି ଏତେଗୁଡିଏ ଟଙ୍କା ଗାଡିରେ ଚାଲାଣ କରୁଥିଲେ ? ଏହି ଘଟଣାରେ କୌଣସି ରାଜନୈତିକ ସମ୍ପର୍କ  ଅଛି କି ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଛତିଗଡ ପୋଲିସ ତନାଘନା ଆରମ୍ଭ କରି ଦେଇଛି । କଟକରେ ରହି ବ୍ୟବସାୟ କରୁଥିବା ଆଗ୍ରାର ଅଭଦେଶ ଅଗ୍ରଓ୍ବାଲ ଏହି ଚାଲାଣ କରୁଥିବା ଛତିଗଡ ପୋଲିସ ସୁତ୍ରରୁ ଜଣାପଡିଛି ।

ଏହି ଘଟଣାରେ ଚାରିଜଣଙ୍କୁ ଅଟକ ରଖି ଛତିଗଡ ପୋଲିସ ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ବରରେ ଅନୁଷ୍ଠିତ ଦିନିକିଆ ପୋଲିସ ଡିଜି ସମ୍ମିଳନୀରେ ଯୋଗ ଦେବା ଅବସରରେ ଛିତିଗଡ ଇଣ୍ଟେଲିଜେନ୍ସର ଡିଆଇଜିପି ଅମରେଶ ମିଶ୍ରା କହିଛନ୍ତି ।

ରାଜ୍ୟ ପୋଲିସ ମହାନିଦେର୍ଶକ ଡ.ରଜେନ୍ଦ୍ର ପ୍ରସାଦ ଶର୍ମା ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିବ । ଡିଜିଙ୍କ ସୂଚନା ମୁତାବକ କଟକ ଓ ଭୁବନେଶ୍ବରରୁ ଏହି ଅର୍ଥ ଯାଇଛି । ଏହାକୁ ନେଇ ଛତିଶଗଡ ମହାସୁମନ୍ଦ ପୋଲିସକୁ ରାଜ୍ୟ ପୋଲିସ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଡିଜି କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଏତେଗୁଡିଏ ଟଙ୍କା କିଏ ଏବଂ କାହିଁକି ଚାଲାଣ କରୁଥିଲା । ଏଥିରେ କିଛି ରାଜନୈତିକ ସମ୍ପର୍କ ଅଛି । ନା ଅପରାଧିକ ସମ୍ପର୍କ । ତାହା ତଦନ୍ତ ପରେ ପର୍ଦାଫାଶ ହେବ ।

   Related Posts