ଶାରୀଶୁଆ ଖଣିରେ କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ : ଟ୍ରକ ଓ ଟ୍ରାକ୍ଟର ଜବତ, ୫ଖଣି ମାଫିଆ ଗିରଫ

Published By : Prameya-News7 Bureau | February 23, 2020 IST

କଟକ ୨୩।୦୨: ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଶାରୀଶୁଆ ଖଣିରେ କ୍ରାଇମବ୍ରାଞ୍ଚ ଟିମର ଚଢାଉ । ଏଥିରେ ୫ ଖଣି ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ଟ୍ରକ୍, ଟ୍ରାକ୍ଟର ଜବତ ହୋଇଛି । କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଆଜି ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ବିଭିନ୍ନ ଖଣିରେ ଚଢାଉ କରିଥିଲା ।

ଶାରୀଶୁଆ ପାହାଡରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଖଇରା ରାଜସ୍ବ ଅଧିକାରୀ ଓ ଜିଲା ପ୍ରଶାସନକୁ ହାତ କରି ବହୁ ଖଣି ମାଫିଆ ବେଆଇନ ଭାବେ ରାତି ଅଧିଆ ବ୍ଲାଷ୍ଟିଂ କରିବା ସହ ଟନ ଟନ ପଥର ଉତ୍ତୋଳନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ସନ୍ଧ୍ୟାରେ ପାହାଡରେ ଲୁଚି ରହିଥିଲେ। ରାତିରେ ଖଣିରେ ମାଫିଆମାନେ ଖଣି ଖୋଳା ଆରମ୍ଭ କରିବା ପରେ ୫ଜଣଙ୍କୁ ଧରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.