ପିଲା ଚୋରି ରାକେଟ୍‌ର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ : ଶିଶୁକନ୍ୟାଙ୍କୁ ୬୦ ହଜାର ଓ ଶିଶୁପୁତ୍ରଙ୍କୁ ଦେଢ ଲକ୍ଷ ଟଙ୍କାରେ କରୁଥିଲେ ଡିଲ୍

Published By : Prameya-News7 Bureau | January 18, 2021 IST

ମୁମ୍ବାଇ ୧୮/୦୧ : ନବଜାତକ ଶିଶୁମାନଙ୍କୁ ବିକ୍ରି କରୁଥିବା ଏକ ବଡଧରଣର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏହି ପିଲା ଚୋରୀ ଗ୍ୟାଙ୍ଗ୍‌ର ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ଯେଉଁଥିରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି । ସମସ୍ତଙ୍କୁ ଜାନୁୟାରୀ ୨୧ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁସା​‌ରେ ଅଭିଯୁକ୍ତମାନେ, ନବଜାତକ ଶିଶୁକନ୍ୟାଙ୍କୁ ୬୦ ହାଜର ଏବଂ ଶିଶୁପୁତ୍ରମାନଙ୍କୁ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିଳେ । ଅଭିଯୁକ୍ତମାନଙ୍କ ସହ ଜଣେ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି । ଯାଞ୍ଚବେଳେ ତଦନ୍ତକାରୀ ଟିମ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଗତ ୬ ମାସ ମଧ୍ୟରେ ୪ ନବଜାତକ ଶିଶୁଙ୍କୁ ବିକ୍ରି କରିଛନ୍ତି ।

ଘଟଣା ବିଷୟରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଜଣେ ମହିଳା ପିଲା ଚୋରି କରୁଥିବା ଅଭିଯୋଗ ଆସିଥିଲା । ଏହା ପରେ ତଦନ୍ତ କରିବାରୁ ପୁରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ ହୋଇଥିଲା । ଏହି ଘଟଣାରେ ପୋଲିସ ରୁଖସାର ସେଖ୍‌, ରୁପାଲୀ ବର୍ମା, ସାହାଜାହାନ୍‌ ଯୋଗୀଲକାର, ହୀନା ଖାନ୍‌ ଏବଂ ନିଶା ଆହିରେଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.