Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କଟକରେ କମିଛି , ଭୁବନେଶ୍ବରରେ ବଢୁଛି ଅପରାଧ: ବର୍ଷକରେ ୪୩ ଟି ହତ୍ୟା, ୧୨୨ଟି ଦୁଷ୍କର୍ମ

30/01/2019 at 6:43 PM

ଭୁବନେଶ୍ବର୩୦|୧: ନିର୍ବାଚନ ପାଖେଇ ଆସୁଥିବା  ବେଳେ କେବଳ ନେତା ମୁହାଁମୁହିଁ ହୋଇନାହାନ୍ତି, ସ୍ଥିତି ଯୁଆଡ଼େ ଯାଉଛି ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଆଉ ଏପଟେ ରେକର୍ଡ ଯାହା କହୁଛି କେବଳ କଟକ ଭୁବନେଶ୍ବରରେ ଯେଉଁ ପରିମାଣରେ କ୍ରାଇମ ବଢ଼ିଛି ଏହା ସାଧାରଣ ଲୋକଙ୍କ ଅବସ୍ଥା ବେହାଲ କରିଦେବା ଭଳି।

ପାଖେଇ ଆସିଲାଣି ନିର୍ବାଚନ । ଦିନକୁ ଦିନ ବଢ଼ିବାରେ ଲାଗିଛି ଛକାପଞ୍ଝା। ନେତା ଓହ୍ଲାଇବେ ରାସ୍ତାକୁ । ଏପରି ସ୍ଥିତିରେ  ଅପରାଧ ବଢ଼ିବନି ତ? ପୂର୍ବରୁ ପଞ୍ଚାୟତ ନିର୍ବାଚନ ଦେଖାଇସାରିଛି ଝଲକ। ଆଉ ଏଣେ ନିର୍ବାଚନ ପୂର୍ବରୁ ନେତାଙ୍କ ଭିତରେ ଯେଉଁଭଳି ଛକାପଞ୍ଝା ଚାଲିଲାଣି, ପୋଲିସ ପାଇଁ ବଢ଼ିଲାଣି ଚ୍ୟାଲେଞ୍ଜ । ପଡ଼ୋଶୀ ପଶ୍ଚିମବଙ୍ଗର ସ୍ଥିତି ଦେଖିଲେ ଓଡ଼ିଶା ପାଇଁ ଚେତାବନୀ। ଅବଶ୍ୟ ପୋଲିସ କହୁଛି ହେଲାଣି ଆଗୁଆ ସତର୍କ।  ଦାଗୀ ଅପରାଧୀଙ୍କର ଖୋଲିବ ପୁରୁଣା ଫାଇଲ୍‌ । ହାର୍ଡକୋର୍ ହେଉ କି ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ୍‌ । କେହି ବି ସହଜରେ ଖସିପାରିବେନି କମିଶନରେଟ୍ ପୋଲିସ ପଞ୍ଝାରୁ ।ଖୋଜି ଖୋଜି ବାହାର କରାଯିବ ଅପରାଧୀଙ୍କୁ । ହାତକଡ଼ି ପକାଇ ଠୁ୍କିଦେବେ ଜେଲରେ।  ଏହାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି କମିଶରେଟ ପୋଲିସ । କମିଶରେଟ ପୋଲିସ ହେଡକ୍ବାର୍ଟରରେ ଏନେଇ ଆଜି ବସିଥିଲା ଗୁରୁତ୍ବପୂର୍ଣ୍ଣ ମିଟିଂ । ଟୁଇନ୍‌ ସିଟିରେ ଅପରାଧ ନେଇ ସମୀକ୍ଷା ହୋଇଛି ।ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନ ସମୟରେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କୁ କାବୁ କରି ଜେଲରେ ପୁରାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।…

କମିଶନରେଟ୍ ପୋଲିସ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ହେଉଥିବା ବେଳେ ରେକର୍ଡ କିନ୍ତୁ ବଡ଼ ଚ୍ୟାଲେଞ୍ଜ ଠିଆ କରିଛି। ବର୍ଷକୁ ବର୍ଷ କଟକ -ଭୁବନେଶ୍ବରରେ ବଢ଼ିଚାଲିଛି ହତ୍ୟା, ଲୁଟ୍‌, ଚୋରୀ ଓ ଦୁଷ୍କର୍ମ ଭଳି ଘଟଣା ।୨୦୧୮ରେ ଟୁଇନ୍‌ ସିଟିରେ ମୋଟ ୧୧୫୩୦ଟି ଅପରାଧିକ ମାମଲା ରୁଜୁ ହୋଇଛି ।ଏଥିମଧ୍ୟରୁ ଭୁବନେଶ୍ବରରେ ୭୨୧୯ ଟି ମାମଲା ଥିବା ବେଳେ କଟକରେ ୪୩୧୧ଟି ମାମଲା ରହିଛି।ରେକର୍ଡ କହୁଛି ୨୦୧୮ରେ ଭୁବନେଶ୍ବରେ ୪୩ ଟି ହତ୍ୟା ମାମଲା ରେକର୍ଡ ହୋଇଥିବା ବେଳେ କଟକରେ ୨୯ ଟି ମାମଲା ରୁଜୁ ହୋଇଛି । ପୂର୍ବବର୍ଷ ତୁଳନାରେ ୭ ପ୍ରତିଶତ ବଢ଼ିଛି ହତ୍ୟାକାଣ୍ଡ ସଂଖ୍ୟା । ସେହିପରି ଡକାୟତି ସଂଖ୍ୟା  ଭୁବନେଶ୍ବରରେ ୨୧ ପ୍ରତିଶତ ବଢ଼ିଥିବା ବେଳେ କଟକରେ ଏହା କିଛିଟା କମିଛି| । ୨୦୧୮ରେ ଭୁବନେଶ୍ବରେ ୧୨୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ କଟକରେ ୭୦ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।…

ନିର୍ବାଚନ ଯେତିକି ପାଖେଇ ଆସିବ ରାଜନୈତିକ ବାତାବର|ଣ ସେତିକି ସରଗରମ  ହେବ ।ଆଉ କମିଶନରେଟ୍‌ ପୋଲିସ ପାଇଁ ଏହା ହେବ ବେଶ୍‌ ଚ୍ୟାଲେଞ୍ଜିଙ୍ଗ୍ ।…

   Related Posts