ଏକାଠି ମରିବା ପାଇଁ କଲା ଦୁଇଟି ଫନ୍ଦା, ପୁଣି ପ୍ରେମିକାକୁ ଝୁଲାଇ ଫେରାର ମାରିଲା ପ୍ରେମିକ

Published By : Prameya-News7 Bureau | July 13, 2020 IST

ଫତେପୁର ୧୩।୦୭: ପ୍ରେମରେ ପଡିବା ପରେ ପ୍ରେମିକ ଓ ପ୍ରେମିକା ପରସ୍ପରକୁ ସାଥିରେ ରହିବା ନେଇ କେତେ ପ୍ରତିଶ୍ରୁତି ଆଶ୍ଵସନା ଦିଅନ୍ତି। ଏକାଠି ଜିଇଁବା ଏବଂ ଏକାଠି ମରିବା… କାହିଁ କେତେ କଣ କରିବାକୁ ପରସ୍ପରକୁ କଥା  ଦିଅନ୍ତି। କିନ୍ତୁ ଏହି ସବୁ ପ୍ରେମ ମଧ୍ୟରେ କେତେବେଳେ ପ୍ରେମିକ ଛଳନା କରେ ତ କେତେବେଳେ ପ୍ରେମିକ ଛଳନା କରି ଧୋକା ଦିଏ। ଏମିତି ଏକ ଧୋକା ଦେବାର ଘଟଣା ରାଜସ୍ଥାନ ଜିଲ୍ଲାର ଫତେପୁର ଜିଲ୍ଲାରେ ଘଟିଛି। କିନ୍ତୁ ଏଠି ପ୍ରେମଜନିତ ଘଟଣା ଅନ୍ୟ ଘଟଣାଠୁ ଭିନ୍ନ ରହିଛି। ଏଠାରେ ଯେଉଁ ପ୍ରେମିକ ପ୍ରେମିକା ସହିତ ବଞ୍ଚିବା ମରିବାର ପ୍ରତିଜ୍ଞା  ଦେଇଥିଲା, ତାକୁ ହିଁ ଧୋକାରେ ମାରି ପ୍ରେମିକ ଫେରାର ମାରିଛି। ଉଭୟ ପ୍ରେମିକ-ପ୍ରେମିକା ଏକ ସଙ୍ଗେ ଜୀବନ ହାରିବାକୁ କଥା ଦେଇଥିଲେ, ମାତ୍ର ପ୍ରେମିକ ପ୍ରେମିକା ବେକରେ ଫାଶିର ଫନ୍ଦା ଲଗାଇ ଧୋକାରେ ହତ୍ୟା କରିଛି। ଏହା ପରେ ପ୍ରେମିକ ପ୍ରେମିକାର ମୋବାଇଲ ଓ ଟଙ୍କା ନେଇ ଫେରାର ମାରିଛି।

ପୋଲିସ ପ୍ରଥମେ ଆତ୍ମହତ୍ୟା କେସ୍‌ ଭାବି ତଦନ୍ତ ଆରମ୍ଭ କରିଥିଲା। ହେଲେ ପରେ ପୋଲିସ୍‌ ଘଟଣାର ଖୁଲାସା କରି ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ୍ ଅନୁଯାୟୀ, ସୁଜାନଗଢର ବାସିନ୍ଦା ମଦନ ସିଂହ ନିଜର ଭଉଣୀ ମଞ୍ଜୁ କଅଁରର ଆତ୍ମହତ୍ୟା ମାମଲାରେ ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ୍ ଯେବେ ମଞ୍ଜୁର କଲ୍‌ର ସବିଶେଷ ତଥ୍ୟ ବାହାରକଲା, ଜଣା ପଡିଲା ଯେ ସେ ନାଗର ବାସିନ୍ଦା ୨୦ ବର୍ଷୀୟ ଟଅଁର ସିଂହ ସହ ଅଧିକାଂଶ ସମୟ କଥା ହେଉଥିଲା।

ଟଅଁର ସିଂହକୁ ଗିରଫ କରି ପୋଲିସ୍ ଜେରା କରିବା ପରେ ମଞ୍ଜୁ ଆତ୍ମହତ୍ୟା ପୂରା କାହାଣୀ ସାମ୍ନାକୁ ଆସିଛି। ଟଅଁର ସିଂହ କହିଛି ଯେ, ମଞ୍ଜୁ ଓ ତା ମଧ୍ୟରେ ପ୍ରେମ ସଂପର୍କ ଥିଲା। ହେଲେ ମଞ୍ଜୁ ସନ୍ଦେହ କରୁଥିଲା ଯେ, ମୋର ଅନ୍ୟ କୌଣସି ଝିଅ ସହିତ ପ୍ରେମ ସଂପର୍କ ଅଛି। ଏହା ପରେ ମଞ୍ଜୁଠୁ ମୁକ୍ତି ପାଇବା ପାଇଁ ଟଅଁର ସିଂହ ତାର ହତ୍ୟା କରିଥିଲା।

ଅଭିଯୁକ୍ତ କହିଛି ମଞ୍ଜୁରକୁ ଭଲ ପାଇବାର ଦ୍ଵାହି ଦେଇ ଏକାଠି ମିଶି ଆତ୍ମହତ୍ୟା କରିବାକୁ କହିଥିଲି। ଏକାଠି ତ ବଞ୍ଚି ପାରିବ ନାହିଁ ହେଲେ ଏକାଠି ମିଶି ମରିଯିବା ବୋଲି କହିଥିଲି। ଟଅଁର ସିଂହ ଦୁଇଟ ଫନ୍ଦା ପ୍ରସ୍ତୁତ କରିଥିଲା। ସେ ପ୍ରଥମେ ମଞ୍ଜୁ କଅଁରକୁ ଫନ୍ଦାରେ ଲଗାଇ ଧକ୍କା ମାରି ଝୁଲାଇ ଦେଇଥିଲା। ଏହା ପରେ ଅଭିଯୁକ୍ତ ଟଅଁର ଛାତରୁ ଡେଇଁ ଫେରାର ମାରିଥିଲା। ଅଭିଯୁକ୍ତ ଏହା ମଧ୍ୟ କହିଛି ତାର ସବୁ ଖର୍ଚ୍ଚ ମଞ୍ଜୁ ହିଁ ଦେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.