ରାଜଧାନୀରେ ପୁରୁଣା ଥାନାବାବୁମାନଙ୍କ ବଦଳି, ସୁଯୋଗ ଦେଖି ଉତ୍ପାତ ହେଲେଣି ଅପରାଧୀ

Published By : Prameya-News7 Bureau | February 15, 2019 IST

ଭୁବନେଶ୍ବର୧୫|୨: ବେଳୁ ବେଳ ଅଶାନ୍ତ ହେଉଛି ରାଜଧାନୀ ସହର । କେଉଁଠି ବୋମା ମାଡ ତ ଆଉ କେଉଁଠି ଘରେ ପଶି ଦୁର୍ବୃତ୍ତଙ୍କ  ଆକ୍ରମଣ । ଏପରିକି ଜମିବାଡି ଭାଗ ବଣ୍ଟାକୁ ନେଇ ଭାଇର ଭାଇକୁ ଆକ୍ରମଣ । ଯାହାର ସମାଧାନ କରିବାରେସମ୍ପୂର୍ଣ୍ଣ  ବିଫଳ କମିସନରେଟ ପୋଲିସର ଭୁବନେଶ୍ବର ୟୁପିଡି ।

{"id":85578,"width":593,"height":326}

ଏବେ ଲୋକଙ୍କ ମନରେ ପ୍ରଶ୍ନ ରାଜଧାନୀରେ କମିସନରେଟ ପୋଲିସ କରୁଛି କଣ । ଏଠାରେ କେଉଁଠି ବୋମାମାଡ ତ ଆଉ କେଉଁଠି ବଟି ପାଇଁ ଆକ୍ରମଣ । ଗୁରୁବାର ରାତିରେ ୮ନମ୍ବର ୟୁନିଟର ପାସପୋର୍ଟ ଅଫିସ ପଛ ରାସ୍ତାରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପପୁ ଦିଗଲ ନାମକ ଜଣେ ଯୁବକ ଗୁରୁତ୍ତ୍ବର ଆହତ ହୋଇ ଡାକ୍ତରଖାନାରେ ଚିକିସ୍ଥିତ ହେଉଛନ୍ତି ।

{"id":85579,"width":592,"height":326}

ସେହିଭଳି ଏହି ସିସିଟିଭି ଫୁଟେଜରେ କଏଦ ହୋଇଛି ଜଣେ ଯୁବକଂ କୁ ତିନିଜଣ ଯୁବକ ମରଣାନ୍ତକ ଆକ୍ରମଣ କରି ଫେରାର ହେଇଯାଇଛନ୍ତି । ଏହି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଧିନରେ । ସେହିଭଳି ପୁର୍ବଜଙ୍କ ସମ୍ପତ୍ତିରେ ଭାଗ ପାଇବାପାଇଁ ଭାଇ ଭାଇ ଭିତରେ ଗଣ୍ଡଗୋଳ । ବଡଭାଇର ହୋଟେଲରେ ପଶି ସାନଭାଇ ଆକ୍ରମଣ କରୁଛି । ଯାହାର ସିସିଟିଭି ଫୁଟେଜ ଲାଗିଛି କମିସନରେଟ ପୋଲିସ ହାତରେ ।

{"id":85582,"width":593,"height":345}

ସେପଟେ ଏ ସବୁର ଖବର ପୋଲିସ ପାଖରେ ରହିଥିଲେ ମଧ୍ୟ ଅପରାଧିଙ୍କୁ ଧରିବାରେ ସଫଳ ହୋଇପାରିନାହିଁ କମିସନରେଟ ପୋଲିସ । ଯାହାକୁ ନେଇ କମିସନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି  ହେଉଛି ।

{"id":85583,"width":595,"height":327}

ଏବେ କମିସନରେଟ ପୋଲିସର ଚାଲିଛି ବଦଳି ପର୍ବ । ପ୍ରତ୍ୟେକ ଥାନାରେ ୪ ବର୍ଷରୁ ଅଧିକ ସମୟ ରହିଥିବା ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି । ପୁରୁଣା ଥାନାବାବୁ ବଦଳି ଯୋଗୁ କଛି କରିବାକୁ ନାରାଜ । ଆଉ ନୁଆ ଥାନା ବାବୁ କେବେ ଆସିବେ ତାହା କେହି କହିପାରୁ ନାହାନ୍ତି । ଯାହାର ସୁଯୋଗ ନେଉଛନ୍ତି ଅପରାଧି ।

wp:core-embed/youtube {"url":"https://www.youtube.com/watch?v=YuOBuz6-sk8\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=YuOBuz6-sk8&feature=youtu.be
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.