ରାଜଧାନୀରେ ବଢି ଚାଲିଛି ଗୁଳିକାଣ୍ଡ, ଠକେଇ, ରାହାଜାନୀ ଓ ଡକାୟତି : ମେଜିକ କଲମରେ ଲେଖି ଲୁଟିନେଉଛନ୍ତି ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | December 14, 2018 IST

ଭୁବନେଶ୍ବର ୧୪|୧୨: ରାଜଧାନୀରେ ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ଲୁଟ, ରାହାଜାନୀ, ଡକାୟତି, ଗୁଳିକାଣ୍ଡ ଭଳି ଘଟଣା ସମ୍ନାକୁ ଆସିଛି । ଗୁରୁବାର ରାତିରେ ତମାଣ୍ଡୋଥାନା ଅନ୍ତର୍ଗତ କାଶିପୁର ରାସ୍ତାରେ ଜଣେ ଗୁପଚୁପବାଲା ଉପରକୁ ଗୁଳିମାରି ୩ଜଣ ବାଇକ ଆରୋହୀ ଏକ ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିଭଳି ଭିଏସଏସନଗରରେ ଜଣେ ମହିଳାଙ୍କ ଘରୁ କଳାକନା ବୁଲାଇଦେଇଥିଲେ ଡକାୟତମାନେ । ସେମାନଙ୍କ ମଧ୍ୟରୁ ସହିଦନଗର ପୋଲିସ ଦୁଇଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରାଯାଇଛି । ଏବେ ଦୁଇ ଡକାୟତଙ୍କୁ ଧରି ସହିଦନଗର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ସେପଟେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ଅଭିନବ ଉପାୟରେ ଠକେଇ ହୋଇଛି । ଜଣେ ବ୍ୟାଙ୍କ କର୍ମାଚାରୀ ଲୋନ ଦେବା ବାହାନା କରି ଗ୍ରାହକଙ୍କୁ କ୍ୟାନସଲ ଚେକ ଦେବାକୁ କହିଥିଲେ । ଗ୍ରାହକ ଜଣକ ମଧ୍ୟ କ୍ୟାନସଲ ଚେକ ଦେଇଥିଲେ । ହେଲେ ସେହି ଚେକରେ ଲେଖାଥିବା କ୍ୟାନସଲ ଅକ୍ଷର ଯେଉଁ ପେନରେ ଲେଖାଯାଇଥିଲା ତାହା ଲିଭିଜିବା ଭଳି ପେନରେ ବ୍ୟବହାର କରାଯାଇଥିବାରୁ ସେଥିରେ ଦେଢଲକ୍ଷରୁ ଅଧିକ ଟଙ୍କା ଉଠାଇନେଆଯାଇଛି । ଟଙ୍କା ଉଠାଣ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ଆଗରୁ ମଧ୍ୟ ଏହିଭଳି ଠକେଇ ଅଭିଯୋଗ ଖଣ୍ଡଗିରି ଥାନାରେ ଗତ ସପ୍ତାହରେ କରାଯାଇଥିଲା 

କମିସନରେଟ ଅଧିନରେ ଥିବା ଥାନା ବାବୁମାନେ ଏବେ ହକି ପାଇଁ ବ୍ୟସ୍ତ । ଫଳରେ ରାଜଧାନୀରେ ଚୋରୀ ଡକାୟତି ରାହାଯାନୀ ଘଟଣା ବୃଦ୍ଧି ପାଇଛି । ଅବଶ୍ୟ କିଛି ଘଟଣାରେ ପୋଲିକୁ ମିଳିଛି ସଫଳତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.