Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ପଞ୍ଜାବୀ ଗାୟିକା ହାର୍ଡ଼ କୈାରଙ୍କ ବିରୋଧରେ ମାମଲା ରୁଜୁ : ସଙ୍ଘ ମୁଖ୍ୟ ଏବଂ ମୁ୍ଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

20/06/2019 at 2:48 PM

ବାରଣାସୀ ୨୦/୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପଞ୍ଜାବୀ ଗାୟିକା ହାର୍ଡ଼ କୈାରଙ୍କ ବିରୋଧରେ ବାରଣାସୀର କୈଣ୍ଟ ଥାନାରେ ମାମଲା ରୁଜୁ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଦୈାଲତପୁରର ପାଣ୍ଡେୟପୁରର ବାସିନ୍ଦା ଓକିଲ ଶଶାଙ୍କ ଶେଖର ତ୍ରିପାଠୀଙ୍କ ଆଧାରରେ ପୋଲିସ୍ କରିଛି। ହାର୍ଡ଼ କୈାରଙ୍କ ବିରୋଧରେ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି।

ଓକିଲ ଶଶାଙ୍କ ଅଭିଯୋଗ ହେଉଛି ଏହା ଯେ,ଗାୟିକା ହାର୍ଡ଼ କୈାରଙ୍କ ନାଁରେ ସୋଶିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ହୋଇଥିବା ଆକାଉଣ୍ଟରେ ଆରଏସଏସର ପ୍ରମୁଖ ମୋହନ ଭାଗବତ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଅଭଦ୍ର ଏବଂ ଅପମାନ ଜନକ ଟିପ୍ପଣୀ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ ସାଧାରଣ ଜନତାଙ୍କ ମନର ଭାବନାର କୁଠାରଘାତ ହୋଇଛି।

ଗାୟିକା ହାର୍ଡ଼ କୈାର ଇନଷ୍ଟାଗ୍ରାମ୍ ସମେତ ନିଜର ଅନ୍ୟାନ୍ୟ ଆକାଉଣ୍ଟରେ ଆରଏସଏସର ପ୍ରମୁଖ ମୋହନ ଭାଗବତଙ୍କୁ କେବଳ ଜାତିବାଦୀ କହିନାହାନ୍ତି ବରଂ ଦେଶରେ ହୋଇଥିବା ବଡ଼ ଆତଙ୍କବାଦୀ ଘଟଣା ପାଇଁ ତାଙ୍କୁ ଏବଂ ତାଙ୍କ ସଙ୍ଘକୁ ଦାୟୀ କରିଛନ୍ତି।

   Related Posts