ଖୋଲିବ ରହସ୍ୟ : ଆଦିତ୍ୟ ଦାସ ମୃତ୍ୟୁ ମାମଲା , କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର ଦେଲେ ଡିଜିପି

Published By : Prameya-News7 Bureau | July 30, 2020 IST

ଭୁବନେଶ୍ୱର ୩୦।୦୭: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଘଟଣାରେ ୨୦ଦିନ ପରେ ଖୋଲିନାହିଁ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । ତେବେ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ । ଓଡିଶା ପୋଲିସ ଡିଜି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

wp:html /wp:html

ଗତ ୬ତାରିଖ ଦିନ ଭୁବେନଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ ନିକଟରେ ଆଦିତ୍ୟ ଦାସଙ୍କ ମୃତ ଦେହ ମିଳିଥିଲା । ଘଟଣାରେ ଜିଆର୍‌ପି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଜିଆର୍‌ପି ଟ୍ରେନ୍‌ ଡ୍ରାଇଭର ଓ ଆଦିତ୍ୟଙ୍କ ସହିତ ଜଡିତ ଥିବା ଲୋକଙ୍କ ପଚରାଉଚରା କରିସାରିଛି । କିନ୍ତୁ ଘଟଣାର କୌଣସି ସତ୍ୟତା ପଦାକୁ ଆସିନାହିଁ । ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଏକା ଚାଲି ଚାଲି ଯିବାର ଦୃଶ୍ୟ ରହିଥିଲା । ସେହିପରି ଆଦିତ୍ୟ ଘରୁ ଜବତ ହୋଇଥିବା ଡାଏରୀ ଓ ସୁଇସାଇଡ ନୋଟକୁ ଯାଞ୍ଚ କରିବାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଥିଲା । ସୁଇସାଇଡ ନୋଟ୍‌ ଓ ଡାଏରୀରେ କାହା ହ୍ୟାଣ୍ଡରାଇଟିଂ ରହିଛି । ତାହାର ତଦନ୍ତ କରିବା ପାଇଁ ପଠାଯାଇଥିଲା । ତେବେ ସୁଇସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛି। ସୁଇସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ଏବଂ ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଚାଲି ଚାଲି ଯିବାର ଦୃଶ୍ୟ ମଧ୍ୟ ରହିଛି। କିନ୍ତୁ ଏପଟେ ଟ୍ରେନ୍ ଡ୍ରାଇଭରଙ୍କ କଥା ଶୁଣି, ଜିଆର୍‌ପି ଦୋଛକିରେ ପଡି ଯାଇଥିଲା । ସେହିଦିନ ସେହି ଟ୍ରାକ ଦେଇ ଅତିକ୍ରମ କରିଥିବା ଟ୍ରେନ ଡ୍ରାଇଭର କହିଛନ୍ତି ଯେ, ତାଙ୍କ ଟ୍ରେନ୍ ସାମ୍ନାରେ କାହାର ମୃତ୍ୟୁ ହୋଇନାହିଁଁ। ତେବେ ଯଦି ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇ ନାହିଁ, ତେବେ ତାଙ୍କ ମୃତ୍ୟୁ ହେଲା କିପରି ? । ଯାହାକି ଜିଆର୍‌ପି ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଶେଷରେ ଆଜି ପୋଲିସ ଡିଜିପି ଅଭୟ ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛନ୍ତି ।

ଏପଟେ  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କମିଶନରେଟ୍  ପୋଲିସକୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ। ଏହି ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କମିଶନରେଟ୍  ପୋଲିସକୁ ନୋଟିସ୍ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ।  ଏନେଇ ଜୁଲାଇ ୨୪ରେ ଜାତୀୟ ମାନବାଧିକାର କମିଶନରେ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ।  ଆଦିତ୍ୟ ଦାସ ମାମଲାରେ ପୋଲିସ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ କଣ ଜଣାଇ ନଥିବାରୁ ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀ ଯାଇଥିଲେ NHRC ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.