କୃଷକ ପରେଡରେ ହୋଇଥିବା ହିଂସା ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ: ଉପଦ୍ରବୀଙ୍କ ଚିହ୍ନଟ ପାଇଁ ଚାଲିଛି ସିସିଟିଭି ଯାଞ୍ଚ, ଆହତ ହୋଇଛନ୍ତି ୨୩୦ ପୋଲିସକର୍ମୀ

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭/୦୧ : ଜାନୁଆରୀ ୨୬ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ଓ ଦଙ୍ଗା ପରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡ଼କୁ ଆସିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହିଂସା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କରିବ। ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚ ଏସଆଇଟି ଗଠନ କରିବାକୁ ପ୍ରସ୍ତୁତି କରୁଛି। ଏସିଆଟି ଟିମ ପୁରା ଘଟଣାକ୍ରମର ତଦନ୍ତ କରିବ। ଦିଲ୍ଲୀ ପୋଲିସ ଘଟଣାର ଖିଆ ଖୋଜିବାକୁ ଉଦ୍ୟମ କରୁଛି ଯେ କିଭଳି ଚାଷୀ ଧାର୍ଯ୍ୟ ସମୟ ପୂର୍ବରୁ ପରେଡ ଆରମ୍ଭ କରିଥିଲେ। ଏହାସହ କିଏ ଉସୁକାଇବାରୁ ଚାଷୀ ଏହିଭଳି ଉଗ୍ର ରୂପ ଧାରଣ କରିଥିଲେ ଓ ଦେଶର କୀର୍ତ୍ତି ଲାଲ କିଲ୍ଲାରେ ବିରୋଧ ପ୍ରଦର୍ଶନ କରିଥିଲେ ତାହାର ତଦନ୍ତ କରିବ।

{"id":399151,"sizeSlug":"large","linkDestination":"none"}

ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଘଟଣାରେ ଏବେ ସୁଦ୍ଧା ୨୨ଟି ମାମଲା ରୁଜ୍ଜୁ କରାଯାଇଛି। ଦିଲ୍ଲୀ ପୋଲିସ e ସମ୍ବନ୍ଧରେ ସୂଚନା ଦେଇଛି। ସୂଚନା ଅନୁଯାୟୀ, ହିଂସାର ମୂଳ ଯାଏଁ ପହଞ୍ଚିବା ପାଇଁ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

{"id":399147,"sizeSlug":"large","linkDestination":"none"}

ପୋଲିସ ଅନୁସାରେ, କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସା ଘଟଣାରେ ୨୩୦ ପୋଲିସକର୍ମୀ ଆହତ ହୋଇଛନ୍ତି। ଉତ୍ତର ଦିଲ୍ଲୀରେ ୪୧, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ ଦିଲ୍ଲୀରେ ୨୭, ଦ୍ଵାରକାରେ ୩୨, ଉତ୍ତର ଜିଲ୍ଲାରେ ୧୨, ଶାହଦରାରେ ୫, ଦକ୍ଷିଣ ଜିଲ୍ଲାରେ ୪ ଓ ଦିଲ୍ଲୀ ବାହାର ଜିଲ୍ଲାରେ ୭୫ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ ହିଂସା ବେଳେ ଆଇଟିଓ ଏଡିସନାଲ ଡିସିପି ସେଣ୍ଟ୍ରାଲ ଅପରେଟରଙ୍କୁ ଖଣ୍ଡାରେ ହମଲା କରାଯାଇଛି। ପ୍ରଦର୍ଶନକାରୀ ୮ଟି ବସ, ୧୭ଟି ପ୍ରାଇଭେଟ ଗାଡି ଭଙ୍ଗାରୁଜା କରିଛନ୍ତି।

{"id":399149,"sizeSlug":"large","linkDestination":"none"}

ଜାନୁଆରୀ ୨୬ ତାରିଖରେ ରାଜଧାନୀ ଦିଲ୍ଲୀରେ ହିଂସା କିଏ ସୃଷ୍ଟି କରିଥିଲା ? ଦିଲ୍ଲୀରେ ଅରାଜକତା କିଏ ବିସ୍ତାର କରିଥିଲା ? ଏହାର ମୁଖ୍ୟ ଖଳନାୟକ କିଏ ? ଧୀରେ ଧୀରେ ପୋଲିସ ସେମାନଙ୍କୁ ଚିହ୍ନଟ କରିବାରେ ଲାଗିଛି। ଆନ୍ଦୋଳନକାରୀ ଚାଷୀ ନିଜେ ଏମାନଙ୍କୁ ଚିହ୍ନଟ କରୁଛନ୍ତି।

{"id":399153,"sizeSlug":"large","linkDestination":"none"}

ଏମାନଙ୍କ ମଧ୍ୟରେ ୩ଜଣ ମୁଖ୍ୟ ଅଛନ୍ତି। ଜଣେ ପଞ୍ଜାବୀ ଗାୟକ ଓ ଅଭିନେତା ଦୀପ ସିଦ୍ଧୁ, ଦ୍ୱିତୀୟରେ ବାଠିଣ୍ଡାର ଗ୍ୟାଙ୍ଗଷ୍ଟର ଲକ୍ଖା ସିଧାନା, ତୃତୀୟରେ ଉତ୍ତର ପ୍ରଦେଶର ବଡ କୃଷକ ନେତା ରାକେଶ ଟିକେତ। ଏହି ୩ଜଣ ହିଂସା ପାଇଁ ଚାଷୀଙ୍କୁ ଉସୁକାଇଥିବା ଆରୋପ ହୋଇଛି। ସିଂଘୁ ସୀମାରେ ଉପସ୍ଥିତ କୃଷକ ଦାବି କରିଛନ୍ତି ଯେ ଦୀପ ସିଦ୍ଧୁ ଓ ଲକ୍ଖା ସିଧାନା ଯୁବକମାନଙ୍କୁ ଲାଲ କିଲ୍ଲାକୁ ଯିବାକୁ କହିଥିଲେ। ରାକେଶ ଟିକେତର ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.