Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍, ତଦନ୍ତରେ ପୋଲିସକୁ କରିବ ସହଯୋଗ

20/07/2021 at 3:31 PM

ଗଜପତି ୨୦।୭: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହଯୋଗ କରିବା ନିମନ୍ତେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିରେ ଗଜପତି ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଘଟଣାର ଗଭୀରତାର ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିବା ପାଇଁ ସହଯୋଗ କରିବ ଏହି ଟିମ୍ ।  

ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ ରହିଥିବା ଦସ୍ତାବିଜ ଓ ପ୍ରମାଣକୁ ଆଧାର କରି ତଦନ୍ତ ଅଗ୍ରସର ହେବ । କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ତଦନ୍ତର ଦିଗ ଜଣାପଡିବ ବୋଲି କହିଛନ୍ତି ଡିଏସପି ବିଜୟ କୁମାର ମଲ୍ଲିକ ।

   Related Posts