Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା : ତଦନ୍ତ ପାଇଁ ଜୟପୁରରେ କ୍ରାଇମବ୍ରାଞ୍ଚ୍‌ ଟିମ୍

16/09/2021 at 5:15 PM

ଜୟପୁର ୧୬।୯: ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ଆରମ୍ଭ ହୋଇଛି ପୁଣି ଥରେ ତନାଘନା । ଗୁରୁବାର କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଜୟପୁରରେ ପହଞ୍ଚି ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ଓ ତାଙ୍କ ପରିବାରକୁ ପଚରା ଉଚୁରା କରିଥିଲେ । ଏହି ପଚରା ଉଚୁରା ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା । କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ୭ ମାସ ପୂର୍ବରୁ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ଥିବା ତଦନ୍ତକାରୀ ଅଧିକାରୀ କିଶୋର ଦାସଙ୍କ ବଦଳି ହୋଇଯାଇଛି । ଆଉ ଏହାପରେ ତଦନ୍ତ ଦାୟିତ୍ବ ନେଇଛନ୍ତି ଡିଏସପି ଦେବବ୍ରତ ଖଟୁଆ । ବାରମ୍ବାର ତଦନ୍ତକାରୀ ଅଧିକାରୀ ପରିବର୍ତ୍ତନ ହେଉଥିବାରୁ ତଦନ୍ତ ବିଳମ୍ବ ହେଉଛି ଓ ସେମାନେ ଏପରି ପରିସ୍ଥିତିରେ କିପରି ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ଏହି ଘଟଣାରେ ଆଇଏଏସ ଓ ଆଇପିଏସ ପରି ଅଧିକାରୀ ଅଭିଯୁକ୍ତ ଥିବାରୁ ଜଣେ ଡିଏସପି ସ୍ଥରରେ ଅଧିକାରୀ କି ପ୍ରଶ୍ନ ସେମାନଙ୍କୁ ପଚାରିବ ବୋଲି ପରିବାର ଲୋକ କହିଛନ୍ତି। ସେପଟେ ତଦନ୍ତ ଅଧିକାରୀଙ୍କ ପଦୋନ୍ନତି ହୋଇଥିବାରୁ ନୂଆ ତଦନ୍ତ ଅଧିକାରୀ ଦାୟିତ୍ବ ନେଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଗୁରୁବାର ତଦନ୍ତ ସମୟରେ ପୂର୍ବ ତଦନ୍ତ ଠିକରେ ହୋଇଛି ନା ତଦନ୍ତରେ କିଛି ଅବହେଳା ରହି ଯାଇଛି ତାହା ଯାଂଚ କରାଯାଇଛି । ତେବେ ଆବଶ୍ୟକ ପଡିଲେ ତଦନ୍ତ ଅଧିକାରୀ ପୁଣି ଥରେ ଜୟପୁର ଆସି ପରିବାର ଲୋକଙ୍କୁ ପଚରାଉଚୁରା କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କର ୨୦୧୯ ମସିହା ଡିସେମ୍ବର ୨୮ ତାରିଖରେ ସନ୍ଦେହଜନକ ମୃତ୍ୟ ଘଟିଥିଲା । ୨୭ ତାରିଖଠୁ ନିଖୋଜ ଥିଲେ ପିଏ ଦେବ ନାରାୟଣ ପଣ୍ଡା । ଘରୁ ସେ କେଉଁଆଡ଼େ ଚାଲିଯାଇଥିଲେ ଏବଂ ତାଙ୍କ ଖୋଜଖବର ମିଳିନଥିଲା । ୨୮ ତାରିଖରେ ସତୀଗୁଡ଼ା ଡ୍ୟାମରୁ ତାଙ୍କ ମୃତଦେହ ମିଳିଥିଲା । ଡ୍ୟାମ୍ ନିକଟରୁ ତାଙ୍କ ବାଇକ୍ ଓ ହେଲମେଟ୍ ମଧ୍ୟ ମିଳିଥିଲା ।

   Related Posts