Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଗଜପତି ଏସପିଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଟିମ୍

21/07/2021 at 3:18 PM

ଗଜପତି ୨୧।୭: ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତର ସବୁ ଦିଗକୁ ତର୍ଜମା କରିଥିବା ବେଳେ ବୁଧବାର ସକାଳୁ ଏହି ଟିମ୍ ଗଜପତି ଏସପିଙ୍କ ସହ ସାକ୍ଷାତ କରିଥିଲା । ଘଟଣା ଦିନଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ କ’ଣ ତଥ୍ୟ ସଂଗ୍ରହ କରିଛି ଆଗାମୀ ତଦନ୍ତର ବିଭିନ୍ନ ଦିଗକୁ  ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ବିଦ୍ୟାଭାରତୀଙ୍କୁ ଜେରା ପରେ କ’ଣ ତଥ୍ୟ ନେଇ ଫେରୁଛନ୍ତି ତାର ଅପେକ୍ଷାରେ ରହିଛି ।

ତେବେ ବୁଧବାର ତଦନ୍ତ ଅଧିକାରୀ ପହଞ୍ଚିବା ପରେ ଏହି ମାମଲାର ତଦନ୍ତ ଆଗକୁ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡ଼ିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି । ଅପରପକ୍ଷରେ ଗଜପତି ଏସପିଙ୍କ କହିବା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ସହାୟତା ପାଇଁ ଆସିଛନ୍ତି । ସବୁ ଦିଗକୁ ନେଇ ପୋଲିସ ତାର କାର୍ଯ୍ୟ କରୁଛି ।

   Related Posts