୩ ବର୍ଷ ପୂର୍ବେ ସ୍ବାମୀ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ହତ୍ୟା ଘଟଣା, କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ

Published By : Prameya-News7 Bureau | February 23, 2021 IST

ନୀଳଗିର ୨୩।୨: ବାଲେଶ୍ଵର ଜିଲ୍ଲା ନୀଳଗିରିରେ କ୍ରାଇମବ୍ରାଞ୍ଚ ଟିମ୍ । ୩ ବର୍ଷ ପୂର୍ବେ ହୋଇଥିବା ହତ୍ୟାକାଣ୍ଡର ଖୋଳତାଡ ଆରମ୍ଭ କରିଛି ଏହି ଟିମ୍ । ସ୍ଥାନୀୟ କଦମସାହିରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀକୁ ହତ୍ୟା କରାଯାଇଥିଲା ।

{"id":413312,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କଦମସାହିର ନବକିଶୋର ମଲ୍ଲିକଙ୍କ ସ୍ତ୍ରୀ ଶାନ୍ତିଲତାଙ୍କୁ ଘରେ କେହି ନଥିବା ବେଳେ  ମୁଣ୍ଡକୁ ଛେଚି ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା ।  ୩ ବର୍ଷ ପୂର୍ବେ କଦମସାହିରେ ହୋଇଥିବା ଏହି ଘଟଣାକୁ ନେଇ ନୀଳଗିରି ପୋଲିସ କିଛି ସୁରାକ ପାଇନଥିଲା । ତେଣୁ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକ ଘଟଣାସ୍ଥଳକୁ ଯାଇ ତନାଘନା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.