ରାଜ କୁନ୍ଦ୍ରାଙ୍କ ଘରେ କ୍ରାଇମବ୍ରାଞ୍ଚ: ରହିଛି ଅନ୍ତର୍ଜାତୀୟ ସଂଯୋଗ, ୧.୨ ମିଲିୟନ୍ ଆମେରିକୀୟ ଡଲାରରେ ହୋଇଥିଲା ୧୨୧ ଟି ଭିଡିଓ ଡିଲ୍

Published By : Prameya-News7 Bureau | July 23, 2021 IST

ମୁମ୍ବାଇ ୨୩/୦୭ : ପର୍ଣ୍ଣ ଭିଡିଓ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି। ମାମଲାରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କ ଘରେ ପହଞ୍ଚିଛି। ଶିଳ୍ପା ଶେଟ୍ଟୀ ମଧ୍ୟ ଏହି ଘରେ ରୁହନ୍ତି।

ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ସଂଯୋଗ ସାମ୍ନାକୁ ଆସୁଛି। ମୁମ୍ବାଇ ପୋଲିସ ଦାବି କରିଛି ଯେ ହ୍ୱାଟ୍ସ ଆପ୍ ଚାଟ୍ ରୁ ଜଣାପଡିଛି ଯେ ରାଜକୁନ୍ଦ୍ର ୧.୨ ମିଲିୟନ୍ ଆମେରିକୀୟ ଡଲାରରେ ୧୨୧ ଟି ଭିଡିଓ ବିକ୍ରି କରିବା କଥା କହିଥିଲେ। ମୁମ୍ବାଇ ପୋଲିସ କହିଛି ଯେ ଏହା ଅନ୍ତର୍ଜାତୀୟ ସ୍ଥରର ମାମଲା ଭଳି ଜଣାପଡୁଛି।

ଅପରପକ୍ଷରେ ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ଦିନ ପର୍ଣ୍ଣ ଭିଡିଓ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ଜୁଲାଇ ୨୭ ତାରିଖ ଯାଏଁ ବୃଦ୍ଧି କରିଛି। କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖ ରାତିରେ ନଗର ପୋଲିସର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.