Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ-ବ୍ରାଉନସୁଗାର ମାଫିଆ ଅଡିଓ ଭାଇରାଲ୍ ମାମଲା, ତଦନ୍ତ ହାତକୁ ନେଲା କ୍ରାଇମବ୍ରାଞ୍ଚ

22/08/2020 at 4:34 PM

ବାଲେଶ୍ବର ୨୨।୮: ଜଳେଶ୍ବର ଥାନାର ନିଲମ୍ବିତ ଆଇଆଇସି ଧନେଶ୍ବର ସାହୁଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ୍ ମାମଲା କ୍ରାଇମବ୍ରାଞ୍ଚ ହାତକୁ ନେଇଛି । ପ୍ରଥମେ ଆଇଆଇସି ଧନେଶ୍ବର ସାହୁଙ୍କୁ ବଦଳି କରାଯିବା ପରେ ନିଲମ୍ବନ ହୋଇଥିଲେ । ଆଉ ଏବେ ସେହି ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନାରେ କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡ୍ରଗ୍ସ ମାଫିଆଙ୍କ ସହ କ’ଣ ରହିଥିଲା ଥାନା ବଡବାବୁଙ୍କର ଲିଙ୍କ୍ । କାହିଁକି ତାଙ୍କ କାରକୁ ଥାନାକୁ ଅଣା ଯାଇଥିଲା । ସେହି ଗାଡି ସହ କୌଣସି ମାମଲାର କିଛି ଲିଙ୍କ୍ ଅଛି କି? ଭାଇରାଲ୍ ଅଡିଓର ସାଇଣ୍ଟିଫିକ୍ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ ।

ଜଳେଶ୍ବରରେ କେଉଁମାନେ ବ୍ରାଉନସୁଗାର ବ୍ୟବସାୟ କରୁଛନ୍ତି । କେଉଁ ଉପାୟରେ କରୁଛନ୍ତି । ସେସବୁ କଥା ନିଲମ୍ବିତ ଆଇଆଇସିଙ୍କୁ ଜଣାଅଛି । ଭାଇରାଲ୍ ଅଡିଓରେ ଥାନା ବାବୁ ଆଉ ଡ୍ରଗ୍ସ ମାଫିଆଙ୍କ ସହ ଡିଲ୍ କରୁଥିବା ଦଲାଲ ଜଣଙ୍କ କିଏ ? ସେ କ’ଣ କରନ୍ତି ? ତାଙ୍କର ଆନ୍ୟ କେଉଁ ଡ୍ରଗ୍ସ ମାଫିଆଙ୍କ ସହ ସଂପର୍କ ରହିଛି । ସେସବୁର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ ।

   Related Posts