ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଳମ୍ବିତ ରାତିରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | October 09, 2021 IST

ଗଜପତି ୯।୧୦: ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ପାରଳଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍ ଚିଟ୍ ମିଳିଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତେଣୁ ଶନିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ଅଧିକାରୀ ଡିଏସପି, ଜ୍ଞାନରଞ୍ଜନ ମିଶ୍ର ପାରଳାଖେମୁଣ୍ଡି ପହଞ୍ଚି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି ।

{"id":524512,"width":754,"height":415,"sizeSlug":"full","linkDestination":"none"}

ସୌମ୍ୟଙ୍କ ମୃତ୍ୟୁରେ ଡିଏଫଓ ଓ ରୋଷେୟାଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଏପରିକି ଡିଏଫ୍ଓଙ୍କ ସହିତ ବିଦ୍ୟାଙ୍କର କୌଣସି ସମ୍ପର୍କ ନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା ବୋଲି ଏଡିଜି କହିଛନ୍ତି । ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣାପଡିଛି।

{"id":524513,"width":755,"height":415,"sizeSlug":"full","linkDestination":"none"}

ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ଏଡିଜି କହିଛନ୍ତି, କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିବା ଜଣାପଡିଛି । ତେଣୁ ଦୁର୍ଘଟଣାରେ ଡିଏଫଓ ସଂଗ୍ରାମ ବେହେରା କିମ୍ବା ରୋଷେୟାଙ୍କ କୌଣସି ସଂପୃକ୍ତି ନଥିଲା । ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡିଛି ବୋଲି ଏଡିଜି କହିଛନ୍ତି । ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

{"id":524514,"width":755,"height":415,"sizeSlug":"full","linkDestination":"none"}

ଘଟଣାରେ ୮୦ ଜଣଙ୍କୁ ଜେରା କରିଥିବା ବେଳେ, ସମସ୍ତଙ୍କ କଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଏସଏଫଲର ରିପୋର୍ଟ, ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟର ସମସ୍ତ ଦସ୍ତାବିଜ ସହ କୋର୍ଟରେ ଦାଖଲ କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.