Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟ ଉପରେ ମାରିଛି ପଞ୍ଝା STF ଟିମ୍‌ : ଟିଟୋ ପରେ ଏବେ ପାଳି ପଡ଼ିଛି ବାବୁ, ଚିତ୍ତୋ ଆଉ ମୁନ୍ନାର

20/06/2019 at 5:12 PM

ଭୁବନେଶ୍ବର  ୨୦/୬: ପାଖାପାଖି ବର୍ଷକ ପରେ ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟ ଉପରେ ପୁଣି  ପଞ୍ଝା ମାରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଏଥର ଟିଟୋର ଦୁଇ ଭାଇ ଓ ସଢ଼ୁକୁ ଉଠାଇଛି । ଏମାନଙ୍କ ନାଁରେ କଟକ, ଭୁବନେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ାର ବିଭିନ୍ନ ଥାନାରେ ସଂଗୀନ ମାମଲା ରହିଛି । ପୂର୍ବରୁ ୨୦୧୮ ଜୁନ୍‌ ୩୦ରେ ସୟଦ ଉସ୍‌ମାନ୍‌ ଅଲ୍ଲୀ ଓରଫ ଟିଟୋକୁ ଗିରଫ କରିଥିଲା ଏସଟିଏଫ ।….

ଟିଟୋ ପରେ ଏବେ ପାଳି ପଡ଼ିଛି ବାବୁ, ଚିତ୍ତୋ ଆଉ ମୁନ୍ନାର । ୨୦୧୮ ଜୁନ୍‌ରେ ଭାଇଜାନ୍‌ ସୟଦ୍‌ ଉସମାନ୍‌ ଅଲ୍ଲୀ ଓରଫ ଟିଟୋକୁ ଆରେଷ୍ଟ କରିଥିବା STF ଟିମ୍‌ ୨୦୧୯ ଜୁନ୍‌ରେ ପୁଣି ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟ ଉପରେ ମାରିଛି ପଞ୍ଝା ।ଏଥର ଟିଟୋର ଦୁଇ ଭାଇ ସୟଦ ଜି.ବାବୁ ଏବଂ ସୟଦ ଚିତ୍ତୋ ସହ ସମ୍ପର୍କୀୟ ସଢ଼ୁ ମୁନ୍ନା ଓରଫ ଅମଜାଦ୍‌ ଖାଁଙ୍କୁ କେନ୍ଦ୍ରାପଡ଼ା ବିଲାରପୁର ଘରୁ ଉଠାଇଛି କ୍ରାଇମବ୍ରାଞ୍ଚ STFଟିମ୍‌ । ଟିଟୋକୁ ଗିରଫ କରିବା ପରେ ତା’ ନାଁରେ ଥିବା ବିଭିନ୍ନ ମାମଲାର ଛାନଭିନ୍‌ ଚାଲିଥିଲା । ଏହି ସମୟରେ ଟିଟୋର ଏକାଧିକ ସହଯୋଗୀଙ୍କୁ ଗିରଫ ହୋଇଥିଲେ ମଧ୍ୟ  ଏହି ୩ଜଣ ଧରାପଡ଼ୁନଥିଲେ । ଏହି ୩ଜଣ ଥିଲେ ଟିଟୋ ଅପରାଧ ସାମ୍ରାଜ୍ୟର ତିନ୍‌ ଇକ୍କା । ମାନେ ଏମାନଙ୍କ ମାଧ୍ୟମରେ ହିଁ ଟିଟୋ ତା’ର ସାମ୍ରାଜ୍ୟକୁ ଅଧିକ ଶକ୍ତିଶାଳୀ କରିପାରିଥିଲା । ବାବୁ, ଚିତ୍ତୋ ଆଉ ମୁନ୍ନା ଧରାପଡ଼ିବା ପରେ ଏମାନଙ୍କ ଅପରାଧ କାର୍ଯ୍ୟକଳାପର ଲମ୍ବା ଚିଠା ଏବେ ସାମ୍ନାକୁ ଆସିଛି । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଟିଟୋର ଦୁଇ ଭାଇ ଜି.ବାବୁ ଓ ଚିତ୍ତୋ ସମ୍ପୃକ୍ତ ଥିଲେ । ସେହିଭଳି ସୁଲେମାନ ଭାଇ ଚୁନା ହତ୍ୟା ମାମଲା ସମେତ ଏକାଧିକ ହତ୍ୟା, ଅପହରଣ, ଦାଦାବଟି ଆଦାୟ ମାମଲାରେ ଜି,ବାବୁର ସମ୍ପୃକ୍ତି ଅଭିଯୋଗ ରହିଛି । ଜି.ବାବୁ ନାଁରେ ୧୨ଟି ଓ ଚିତ୍ତୋ ନାଁରେ ୧୬ଟି ସଂଗୀନ ମାମଲା ଥିବା ଜଣାପଡ଼ିଛି ।

ଟିଟୋର ସଢ଼ୁ ମୁନ୍ନା ଓରଫ ଅମଜାଦ୍‌ ଖାଁ ମଧ୍ୟ ଚୁନା ହତ୍ୟାମାମଲାର ଅନ୍ୟ ଜଣେ ଅଭିଯୁକ୍ତ ବୋଲି ଜଣାପଡ଼ିଛି ।ଟିଟୋର ବାହାର ରାଜ୍ୟରେ ଥିବା ବେପାର ସବୁ ସମ୍ଭାଳୁଥିଲା ମୁନ୍ନା । ତା ନାଁରେ ୮ରୁ ଅଧିକ ସଂଗୀନ ମାମଲା ରହିଛି । ଗିରଫ ୩ଜଣଙ୍କ ବିରୋଧରେ ୪ଟି ମାମଲା ରୁଜୁ କରିବା ସହ ୫ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ଏସଟିଏଫ୍‌ ।

ଟିଟୋ ଧରାପଡ଼ିବା ପରେ ଏହି ୩ଜଣ ବାଂଲାଦେଶ ପଳାଇଥିଲେ । ଆଉ ନିକଟରେ ଇଦ୍‌ ମନାଇବାକୁ ଘରକୁ ଫେରିଥିଲେ । ଆଉ ଶେଷରେ ଏସଟିଏଫ ବିଛାଇଥିବା ଜାଲରେ ପଡ଼ିଥିଲେ ଗ୍ୟାଙ୍ଗଷ୍ଟର ଟିଟୋର ଏହି ମୁଖ୍ୟ ସହଯୋଗୀମାନେ ।

   Related Posts