Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା

8/12/2021 at 2:02 PM

ଭୁବନେଶ୍ବର ୮।୧୨: ନିଶା ମାଫିଆଙ୍କ ପରେ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ । ବାଘ, ହାତୀ ଦାନ୍ତ ପାଇଁ ବନ୍ୟପ୍ରାଣୀ ଶିକାର କରୁଥିବା ଶିକାରୀ, ମିଡ଼ିଲମ୍ୟାନ ଓ ମାଫିଆମାନଙ୍କ ମୋଷ୍ଟ ୱାଣ୍ଟେଡ଼ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ନିର୍ଦ୍ଧିଷ୍ଟ କିଛି ବନ୍ୟପ୍ରାଣୀ ମାଫିଆଙ୍କ ତାଲିକା ତିଆରି ହୋଇଥିବା ଏସଟିଏଫ ଏସ୍‌ପି ତେଜରାଜ ପଟେଲ ସୂଚନା ଦେଇଛନ୍ତି ।

ବୁଧବାର ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସଟିଏଫ ଚଢାଉ କରିଥିଲା । ଏସଟିଏଫ ଦ୍ବାରା ବିପୁଲ ବାଗ ନାମକ ଯୁବକ ଅଟକ ।  ବିପୁଲ ନିକଟରୁ ଗୋଟିଏ ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କିଲୋ ହେବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୧୨ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ ।  ଏହାସହ ୨୧ଟି ବାଘ ଛାଲ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୪୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

   Related Posts