ଖୋର୍ଦ୍ଧାରେ ବେଆଇନ କ୍ରସର ଉପରେ ଚଢାଉ କରି ସିଲ୍ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍‌

Published By : Prameya-News7 Bureau | July 23, 2019 IST

ଖୋର୍ଦ୍ଧା ୨୩|୭: ଖୋର୍ଦ୍ଧାରେ ନିଶା ମାଫିଆ ଓ ଖଣି ମାଫିଆଙ୍କ ସାବାଡ଼ କରିବାକୁ କମର କଷିଛି କ୍ରାଇମବ୍ରାଂଚ ଏସଟିଏଫ୍‌ । ନିକଟରେ ଡ୍ରଗ୍‌ସ୍‌ ମାଫିଆ ଛୋଟା ଠାରୁ ଅନେକ ଗୁମର ଓଗାଳିବା ପରେ ଆଜି ଖୋର୍ଦ୍ଧା ଅଂଚଳରେ ଚାଲିଥିବା ବିଭିନ୍ନ ବେଆଇନ୍‌ କ୍ରସର ଉପରେ ଚଢ଼ାଉ କରିବା ସହ ସେଗୁଡ଼ିକୁ ସିଲ୍‌ କରିଛି ।

{"id":136573}

ଖୋର୍ଦ୍ଧା ଅଂଚଳରେ ବେଆଇନ୍‌ କ୍ରସର ଉପରେ ଏସଟିଏଫ୍‌ର ଚଢ଼ାଉ । ସକାଳୁ ସକାଳୁ ଏସଟିଏଫ୍‌ର ୧୦ଟି ସ୍ପେଶାଲ ଟିମ୍‌ ଖୋର୍ଦ୍ଧା ଜଙ୍କିଆଠାରୁ ଆରମ୍ଭ କରି ସିକୋ, ଗଡ଼ମାଣତ୍ରୀ, ଗୋଡ଼ା, କାଇପଦର, ତାପଙ୍ଗ, ମଳିପଡ଼ା, ପଲ୍ଲା ତୋଟାପଡ଼ାରେ ଥିବା ବିଭିନ୍ନ ବେଆଇନ କ୍ରସର ଉପରେ ଚଢ଼ାଉ କରି ସେଗୁଡ଼ିକୁ ସିଲ୍‌ କରିଛି । ଚଢ଼ାଉ ସମୟରେ କ୍ରସର ମ୍ୟାନେଜର ଓ ଶ୍ରମିକଙ୍କ ଦେଖା ମିଳିନଥିଲା । 

{"id":136574}

ସେପଟେ ଖୋର୍ଦ୍ଧା ଜିଲ୍ଲାରେ ପାୟ ହଜାରରୁ ଅଧିକ କ୍ରସର ଚାଲିଛି । ଯେଉଁଥିରୁ ପ୍ରାୟ ୩୫୪ଟି କ୍ରସରର କାଗଜପତ୍ର ଠିକ୍ ଥିବାବେଳେ ବେଆଇନ୍‌ ଭାବେ ଚାଲିଛି ୬୪୬ କ୍ରସର । ତେବେ ଗଲା କିଛି ବର୍ଷ ଧରି ଖୋର୍ଦ୍ଧା ଅଞ୍ଚଳରେ ଜଙ୍ଗଲ ଜମିରେ ମାଳ ମାଳ ବେଆଇନ କ୍ରସର ୟୁନିଟ୍‌ ଗଢି ଉଠିଥିଲାବେଳେ ଏଗୁଡ଼ିକର ନିୟମିତ ଯାଂଚ କରିନଥିଲା ପ୍ରଶାସନ । ଏମିତିକି ସଂପୃକ୍ତ କ୍ରସରଗୁଡ଼ିକୁ ବିଦ୍ୟୁତ ସଂଯୋଗ ମଧ୍ୟ ଦିଆଯାଇଥିଲା । ଅର୍ଥାତ୍‌ କିଛି ପ୍ରଶାସନିକ ଅଧିକାରୀ ମୋଟା ଅଙ୍କର ମାଲ ନେଇ ଏଭଳି ବେଆଇନ୍‌ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗ ହେଉଛି । ଯାହାର ଏବେ ଯାଂଚ କରିବ ଏସଟିଏଫ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.