ଦିଲ୍ଲୀରୁ ଫେରିଲା ଏସଟିଏଫ ; ହବିବୁର ସଂପର୍କରେ ଏନଆଇଏକୁ ଦେଲା ତଥ୍ୟ

Published By : Prameya-News7 Bureau | August 13, 2018 IST

ଭୁବନେଶ୍ୱର ୧୩/୮ : ଦିଲ୍ଲୀରୁ ଫେରିଲେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ । ଓଡିଶାରେ ହବିବୁରର କାର୍ଯ୍ୟକଳାପ ସଂପର୍କରେ ଏନଆଇଏକୁ ଦେଲେ ସମସ୍ତ ସୂଚନା । ଆତଙ୍କବାଦୀ ଲିଙ୍କ୍ ମାମଲାରଦିଲ୍ଲୀରୁ ଗିରଫ ହୋଇଥିଲା ହବିବୁର ରେହମାନ । ହବିବୁର ଗିରଫ ପରେ ଏନଆଇଏ ଘଟଣାର ତଦନ୍ତ କରୁଛି। ତଦନ୍ତରେ ସହଯୋଗ କରିବାକୁ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲା ଏସଟିଏଫ ଟିମ୍ । ସାଉଦିଆରବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ହବିବୁର । ଏଥିପାଇଁ ଗିରଫ ହୋଇ ଜେଲ୍ ଯାଇଥିଲା ହବିବୁର ରେହମାନ । ହବିବୁରର ଆତଙ୍କୀ କାର୍ଯ୍ୟକଳାପ ନେଇ ଏନଆଇଏ ହାତରେ ଲାଗିଛି ଠୋସ୍ ପ୍ରମାଣ । ହବିବୁରର ସହଯୋଗୀ ନଇମର କଟକରେ ରହିବା ପ୍ରସଙ୍ଗରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.