ଟିଟୋ ଲିଙ୍କରେ ଦୀପ୍ତି ଦାସଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ ଏସଟିଏଫ ; ଟିଟୋ ସହ ଦେହ ବ୍ୟବସାୟ ଚଳାଉଥିଲା ଦୀପ୍ତି

Published By : Prameya-News7 Bureau | September 09, 2018 IST

ଜଗତସିଂହପୁର ୯/୯ : ଟିଟୋ ଲିଙ୍କରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଗତସିଂହପୁରର ଯୁବ ବ୍ୟବଯାୟୀ ଦିପ୍ତୀ ଦାସଙ୍କ ସିପି ଗାଁ ସ୍ଥିତ ଘରେ ସଟିଏଫ ଟିମ ଅଚାନକ ଚଢ଼ାଉ କରିଛି । ଦୀପ୍ତି ଦାସର ସିପି ମୁକୁନ୍ଦପୁର ସ୍ଥିତ ଘର ସହ ଜଗତସିଂହପୁର ସହରରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ, ନିର୍ମଳା ରେସିଡେଣ୍ଟସି ଗ୍ଲାସ ଆଣ୍ଡ ପ୍ଲାଏ ଦୋକାନ ଉପରେ ଏକା ସଙ୍ଗରେ ଚଢ଼ାଉ କରାଯାଇଛି । ଚଢ଼ାଉ ର ପ୍ରଥମ ପର୍ଯ୍ୟାୟରେ ଦୀପ୍ତି ନାମରେ ଥିବା ଏକ ଅଡି କାର, ଲାଇସେନ୍ସ ବନ୍ଧୁକ, ୧୨ଟି ଜୀବନ୍ତ ଗୁଳି, ୬୪,୨୫୦ଟଙ୍କା, ବହୁ ବ୍ୟାଙ୍କ ଆକାଉଣ୍ଟ, ଜମି ପଟ୍ଟା ଜବତ କରାଯାଇଛି । ଦିପ୍ତୀ ନାମରେ ହୋଟେଲ ନିର୍ମଳା ରେସିଡେନ୍ସି, ବୃନ୍ଦାବନ ଗେଷ୍ଟ ହାଉସ, ଗ୍ଲାସ ଆଣ୍ଡ ପ୍ଲାଏ ଦୋକାନ, ଭୁବନେଶ୍ବର ପଟିଆରେ ଘର ଆଦି ରହିଥିବା ତଦନ୍ତ ବେଳେ ଜଣା ପଡିଛି । ଦୀପ୍ତିର ଟିଟୋ ସହ କଣ ବ୍ୟବସାୟିକ ସମ୍ପର୍କ ରହିଛି କିମ୍ବା ଆଉ କଣ ସବୁ ଲିଙ୍କ ରହିଛି ସମ୍ପୂର୍ଣ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଏସ୍ଟିଏଫ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.